ହେ ମହାନ ଅତ୍ମା ଗାନ୍ଧୀ ମହାତ୍ମା "
ହେ ମହାନ ଅତ୍ମା ଗାନ୍ଧୀ ମହାତ୍ମା "
ଏସାରା ବିଶ୍ୱରେ ତଵ ସ୍ମୃତି ଭାଷେ,
ଅହିଂସାର ମନ୍ତ୍ର ଗାଇ ;
ହେ'ମହାନଆତ୍ମା କାନ୍ଦୁଛିରେ ମାଆ,
ଆସହେ'ସ୍ୱର୍ଗୁ ଓହ୍ଲାଇ !!
ଦେଖିବ କିପରି ଅଛିରେ ଭାରତୀ,
ଲୁହ ଲହୁ ପିଇପିଇ,
ଅନ୍ୟାୟ ଅନୀତି ବଢିତ ଗଲାଣି,
ଗାନ୍ଧୀ ନୀତି ଆଉ ନାଇଁ !!
ତଵ ମହାମନ୍ତ୍ର ଗ୍ରହଣ ସାପେକ୍ଷ,
ବ୍ୟଭିଚାରେ ମନଯୋଗ ;
ବ୍ୟଭିଚାରୀ ହସେ ସତେ ଉପହାସେ,
କରିବାକୁ ସୁଖ ଭୋଗ !!
ସ୍ୱପ୍ନ ବିଭୂଷିତ,
ସୁନାର ଭାରତ,
ହରାଇଛି ଆଜି ଆସ୍ଥା ;
ତୁମେ ନାହଁ ବୋଲି ସ୍ୱପ୍ନ ଗଲା ହଜି,
ରାଜନୀତି ହେଲା ଶସ୍ତା !!
ହେ'ଭାରତୀ ସୁପୁତ୍ର ସାଜି ଥିଲ ମିତ୍ର,
ପ୍ରତିଟି ହୃଦୟେ ପ୍ରାଣେ ;
ଗୋରା ଶାସକଟା ବିତାଡିତ ହେଲା,
ତୁମରି କୁହୁକ ଵାଣେ !!
ଅହିଂସା ଶବଦ କେତେଯେ ବଳିଷ୍ଠ,
ଜାଣିଛି ଏ ସାରା ବିଶ୍ୱ ;
ଶୂନ୍ୟ ହସ୍ତେ ତୁମେ ଲଢିଲ ସରାଗେ,
ନଥିଲା କମାଣ ଅସ୍ତ୍ର !!
ଗୋରା ବଣିକଟା ଛାଡ଼ି ଚାଲିଗଲା,
ଜନ ସମୁଦ୍ରକୁ ଦେଖି ;
କାରାଗାର ଘର ଦେବ ନାଇଁ କାମ,
ଆପଣା ମହତ ରଖି !!
ବିଦେଶ ମାଟିରେ ଅରଜିଲ ଖ୍ୟାତି,
ବର୍ଣ୍ଣବୈଷମ୍ୟ କୁ ଦେଖି ;
ସବୁ ମଣିଷର ସମାନ ରକତ,
କହିଥିଲ ଦୁଃଖ ଦେଖି !!
ଜାତିଭେଦ ପ୍ରଥା ଅସ୍ପୃଶ୍ଯେ ବିତୃଷ୍ଣା,
ମୋହନ ଜାଗୃତି ଛବି,
ଝୁରୁଛି ଭାରତ ହେ'କରମ ଚାନ୍ଦ,
ଫେରିଆସ ଆତ୍ମାରବି !!
ଏତେ ତ୍ୟାଗ ପରେ ଏଇ ଭାରତରେ,
ଶତୃ ସାଜେ ନାଥୁରାମ ;
ଗୁଳିବିଦ୍ଧକରି ମାରିଲା ସେ ପାପୀ,
ବୋଲି ଗଲ ହାୟ ରାମ !!
ତଵ ଆବିର୍ଭାବ ତଵ ତିରୋଧାନ,
ଜନମନେ ଉଦ୍ଭାଷିତ ;
ସ୍ମୃ୍ତିରାଜ ଘାଟ ପୁଷ୍ପେ ବିମଣ୍ଡିତ,
ଭକତି ବିହୀନ ସତ !!
ପାଳୁଛି ଭାରତ ଜନମ ବିଭବ,
ସରାଗେ ପୂଜୁଛି ଛବି ;
କେତେ ତୁମେ ଶାନ୍ତି କୁହ ଆହେ ଗାନ୍ଧୀ,
ଚିନ୍ତନରେ ଅଛି କଵି !!
ସଦାନନ୍ଦ ସାହୁ ;
ଧୁରୁଷିଆ ; ଆଠଗଡ଼ ; କଟକ