ଭରଷାରେ ସ୍ଵାର୍ଥ ବାଧା
ଭରଷାରେ ସ୍ଵାର୍ଥ ବାଧା
କରିଲି ଭରଷା ପାଇଲି ନିକଷା
ହେଲା ନାହିଁ ଆଶା ପୁରା
ସବୁଠି ତ ସେହି ନିଜ ସ୍ଵାର୍ଥ ପାଇଁ
ଅଭିନୟ ହୁଏ ଧରା
ଯା’ ପାଶେ ଦରବ ଯା’ ପାଶେ ବିଭବ
ଯାହା ପାଖେ ବୁଦ୍ଧି ବଳ
ଧର୍ମବି ତାହାର କର୍ମ ବି ତାହାର
କଉଶଳେ କରା ବଳ
ଶିକ୍ଷା ଯୋଗ୍ୟତାରେ ନାହିଁ କାର ମାନ
ନଥିଲେ ଧନୋପାର୍ଜନ
କଳା ସାହିତ୍ୟ ବି ସେହି ସୋପାନରେ
ନଥାଇ କି ଗୁଣ ଗାନ
ଅତି ଗୁଣ ସିନା ପରିଚୟ ପାଏ
ଅଳପରେ ଥିଲେ ନାହିଁ
ଚାରିଆଡୁ ତାର ଧକ୍କା ଆସୁଥାଏ
ନିମିଷକେ ଯାଏ ଶୋଇ
ଅଜ୍ଞାନୀ ପଣରେ ଅଧିକାରୀ ଯାହା
ସାହିତ୍ୟ ପଥରେ ସ୍ଵାର୍ଥୀ
ସବୁରି ମୂଳରେ ନିଜ ଇଚ୍ଛା ସଦା
ସ୍ଵାର୍ଥ ଯେଣୁ ପଥ ପଥି
ରହିଯାନ୍ତି କେତେ ଅଭିମାନ ଆଣି
ପାରନ୍ତିନି ଆଉ ଚଢି
ଆଉ ଥୋକେ ପୁଣି ପାଟି କରୁଥାନ୍ତି
ପାରିବେ ବୋଲି କି ବଢି ।