Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ବି. ନିରୁପମା

Classics Drama

5.0  

ବି. ନିରୁପମା

Classics Drama

ସବୁ ଜାନକୀଙ୍କୁ ଜଣା

ସବୁ ଜାନକୀଙ୍କୁ ଜଣା

1 min
478



ଏ ସନ୍ତକ ମୋର ଦେଖାଇବ ହନୁ

ଭେଟହେଲେ ସତୀ ସୀତା ,

କହିବ ତାଙ୍କରି ବିଚ୍ଛେଦ ଦିନଠୁ

ବୁଜିନି ମୁଁ ଆଖି-ପତା ।


ଦିବା ନିଶି ତାଙ୍କ ସନ୍ଧାନ କରୁଛି

ବସିନାହିଁ ଥୟ ଧରି ,

ଲକ୍ଷ୍ମଣ ସହିତ ଅବସ୍ଥାନ କରୁ

ଏବେ ଋଷ୍ୟମୁକ ଗିରି ।


ସୁଗ୍ରୀବଙ୍କ ସଙ୍ଗେ ମିତ୍ର ହୋଇଅଛୁ

ସୀତା ଠାଵ କରିବାକୁ ,

ସାହସ ଟିକିଏ ଯୋଗାଇବ ତୁମେ

ତାଙ୍କୁ ଧୈର୍ଯ୍ୟ ଧରିବାକୁ ।


ଯେଉଁ ଠାବେ ଥିଲେ ଉଦ୍ଧରି ଆଣିବି

କରିବେନି ମନ ଊଣା ,

ଏହି କୋଦଣ୍ଡର ଶକତି ଯା' ପରା

ସବୁ ଜାନକୀଙ୍କୁ ଜଣା ।।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।


Rate this content
Log in