ଜୀବନ ଗୀତା- ୫୦
ଜୀବନ ଗୀତା- ୫୦
1 min
6.9K
ଜୀବନ ଗୀତା
ଜୀବନର ସତ ଇଏ
ପାରଦ ପରି ତରଳ ଏ ମନ
କେବେ ବିଞ୍ଚି ହେଇଯାଏ
କେବେପୁଣି ସିଏ ନିଜକୁ ଗୋଟାଇ
ଗୋଟା ପୁଣି ହେଉଥାଏ ॥୦॥
ମନ ଗହୀରର ଗରଭରୁ ଜାତ
ଆଶା ସେତ ଅସୁମାରି
କେତେ ପୂରିଯାଏ କେତେ ଅଧାରହେ
ଦେଉଥାଏ ନିଶା ଘାରି
କାମନା ବିନାଶେ ଦୁଃଖର ବିନାଶ
ଅନ୍ତରେ କେ କହିଦିଏ ॥୧॥
ବିଷାଦ ସହିତ ବଞ୍ଚିବାକୁ ହୁଏ
ନିଜ ଲୁହ ନିଜେ ପୋଛି
ଆନନ୍ଦ ସହିତ ବଞ୍ଚିବାକୁ ହେଲେ
ଆଶାକୁ ଦିଅ ମୁରୁଛି
ଆଶା ବୈତରଣୀ ଦୁଇକୂଳ ଖାଇ
ସେତ ଖାଲି ବଢୁଥାଏ ॥୨॥