Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarada Parida

Others

2  

Sarada Parida

Others

ରଜ

ରଜ

1 min
6.7K


ଅଶୌଚ ହେବାର ପର୍ବ

ନା ଭବିଷ୍ୟତର ଆଶା

ଦ୍ୱୈତ ମାନସିକତାର ଏ ମଣିଷ

ପ୍ରକୃତିର ପ୍ରକୃତ ଆରାଧନା

ନା ପ୍ରହସନ


କେଉଁ କଥା ବୁଝ ତୁମେ

ୠତୁମତୀ ଧରଣୀର ଅଭିଷେକ

ଘରେ ଘରେ ପ୍ରାଣେ ପ୍ରାଣେ

ଉତ୍ସବର ଆସର


ଅଥଚ ଅଛୁଆଁ

ୠତୁମତୀ ନାରିଟାଏ


ତମେ ମାଟିକୁ ମା କୁହ

ମାଆକୁ ଈଶ୍ୱରୀ

ପୁଣି ବାରଣ ନାରୀକୁ

ଇଶ୍ୱରର ଆରାଧନା


ହେ ସ୍ରଷ୍ଟା

ତମେ ଦେଇ ନାହଁ ଅନ୍ତର

ମାଆର ମାଟିର

ତଥାପି ଏ ମଣିଷର ହୀନ ଚକ୍ରାନ୍ତ


ଅନ୍ତତଃ ଆଜି ତ ବୁଝିନେଉ

ସ୍ରଷ୍ଟାଙ୍କ ସୃଷ୍ଟିର ରହସ୍ୟ


ରଜ ଅଭିନନ୍ଦନ

ସାରଦା ପ୍ରସାଦ


Rate this content
Log in