Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ASWINI DASH

Thriller Others

5.0  

ASWINI DASH

Thriller Others

ସମୟ ହାତରେ ଖେଳ

ସମୟ ହାତରେ ଖେଳ

1 min
180


ଘଡ଼ିର ଟିକଟିକ ଶବ୍ଦ ହିଁ ଥାଏ ହାତରେ

ସମୟ କିନ୍ତୁ ଚାଲୁଥାଏ ନିଜ ରାସ୍ତାରେ ।

ଆମ ଆଖିରେ ଥାଏ ନୀଳ ସ୍ବପ୍ନ

ଯାହା ଖେଳୁଥାଏ ମେଘର ବର୍ଣ୍ଣିମାରେ

ଆମ ପାଦ ତଳେ ଥାଏ ମାଟି

ଜଳୁଥାଏ ଅଦ୍ଭୁତ ଆକର୍ଷଣର ।

କିଏ କେଉଁ ଆଡ଼େ ଧାବାମାନ

ଯନ୍ତ୍ର ପରି ଅଭ୍ୟସ୍ତ

ଆଖି ଖୋଜୁଥାଏ

ଜିଭରୁ ଲାଳ

ନାକ ସୁଂଘୁଥାଏ

କାନରେ ସଙ୍ଗୀତର ଝଙ୍କାର

ଚର୍ମରେ କାମନାର ଭୋକ ।

ସମୟ ଖେଳୁଥାଏ ଖେଳ

ଆଖିରେ ଚଷମା

ଦାନ୍ତ ପଡ଼ିଯାଏ

ବାସ୍ନା ସୁବୁ ଗନ୍ଧ ଲାଗେ

କାନକୁ ଶୁଭେନି

ଢଳ ଢଳ ଚର୍ମ ।

ଜନ୍ମରୁ ମୃତ୍ୟୁ ଯାଏଁ ଘଡି ଥାଏ ସାଥି

ସମୟ କିନ୍ତୁ ଜନ୍ମ ଜନ୍ମାନ୍ତର ଯାଏଁ

ଆମେ ତାର ଆଙ୍ଗୁଳି ଧରି ଚଳୁଥାଉ

ସ୍ୱର୍ଗରୁ ନର୍କ, ନର୍କରୁ ପୃଥିବୀ ।


Rate this content
Log in

Similar oriya poem from Thriller