Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

pratap nayak

Others

3  

pratap nayak

Others

ତୀର୍ଯ୍ୟକ

ତୀର୍ଯ୍ୟକ

1 min
374



ସମ୍ବଳ ବିହୀନ ସମ୍ପର୍କଟା ତୋର 

ଛିଡିଛିଡି ଯାଉଅଛି

ମେଘରେ କିଏସେ ମଲ୍ହାର ତୋଳିକି

ବସିକି ବାହୁନୁ ଅଛି ।


ଝଡର ଇଗଲ ସାଜିକି କିଏସେ

ଖୋଜୁଅଛି କୃଷ୍ଣସାର 

ଲୋଟି ଧରଣୀରେ ଖୋଜେ ବାରବାର

ସରସର ଲୁହଧାର ।


ବନ୍ୟାବାତ୍ୟା ସାଥେ ପଡିଅଛି ସିଏ

ପଥର ପରିକା ଆଜି

ପାଷାଣୀ ଅହଲ୍ୟା ଉଦ୍ଧାର ପାଇଁକି

ଆସିବ ଶ୍ରୀରାମ ସାଜି?


ଶସ୍ୟଶ୍ୟାମଳାରେ ଭରିବ ଦୁନିଆଁ

ନରହିବ ହାହାକାର

ବିହୀନ ସମ୍ପର୍କ ଯୋଡିହବ ସତେ ପୃଥ୍ୱୀ

ହୋଇବ ସୁନ୍ଦର ।


Rate this content
Log in