Audio

Forum

Read

Contests

Language


Write

Sign in
Wohoo!,
Dear user,
ଦୀପାବଳି ପରେ
ଦୀପାବଳି ପରେ
★★★★★

© Amiya Bej

Others

1 Minutes   6.7K    3


Content Ranking

✿✿ ଦୀପାବଳି ପରେ ✿✿

ପୁଣି ଥରେ ମୋ ଦେହରେ 
କିଏ ଘୋଡି ଦେଲା କଳା ଚାଦର 
ମୋ ଭିତରର
ଅହଂକାର ଆଉ ପଶୁପଣ ସବୁ
ଖୁନ୍ଦିଖାନ୍ଦି ରହିଗଲେ
ଆଗପରି ସଲାମତ ।
କାଲି ପରା ଗଲା ଆଲୁଅର ପର୍ବ ?
ଆଜି ପୁଣି ମୋ ଠାରେ ଏତେସବୁ ଦର୍ପ ??
ହସେ ମୋ ଅଗଣାର ଅଧା ପୋଡ଼ା
ମାଟି ଦୀପ
ଆଉ ସଳିତାର ପାଉଁଶ 
ମୁଁ ତ ଥିଲି ନିମିତ୍ତ
ବାକିସବୁ ତୋର ଦାୟିତ୍ଵ ......।।

ଦୀପାବଳି ପରେ

Rate the content


Originality
Flow
Language
Cover design

Comments

Post


Some text some message..