Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dmishra Sahityalaya

Others

2  

Dmishra Sahityalaya

Others

ସଂସ୍କାର ଉତ୍ସ

ସଂସ୍କାର ଉତ୍ସ

1 min
325


ଶିଖାଇଛି ମୋତେ ପରିବାର ମୋର

ଭାତୃଭାବ ରଖି ତୁ ବାଟ ଚାଲିବୁ l


ଗୁରୁ, ଗୁରୁଜନଙ୍କୁ ସମ୍ମାନ ଦେବୁରେ

ସାନଙ୍କୁ ସ୍ନେହରେ ବାନ୍ଧି ରଖିବୁ, l


ମା', ଗାଆଁ, ଦେଶ କେବେ ଭୁଲିବୁନି

ପାଇଛୁ ଅନେକ ଭୁଲିନଯିବୁ l


ଯେଉଁଠି ଜୀବନ ଦେବୁରେ ସମ୍ମାନ

ଛୋଟବଡ଼ ଜମା କେବେ ନ ଭାବିବୁ l


ନିଜର ସମ୍ମାନ ରଖିବୁ ବାବୁରେ

ସ୍ୱାଭିମାନୀ ଆଉ ବୀବେକି ହେବୁ l


ଅନ୍ୟାୟ, ଅଧର୍ମ ଦେଖିଲେ ରେ ତୁହି

ପ୍ରତିବାଦ ତୁ ଯେ ନିଶ୍ଚେ କରିବୁ l


କାହାକୁ କେବେ ତୁ ଭାବିବୁନି ମୁର୍ଖ

ମନେ ଅହଙ୍କାର କେବେ ନ ଆଣିବୁ l


ଈଶ୍ୱର ବିଶ୍ୱାସ ସଦା ରଖିବୁ ମନରେ

ସାହସ, ବୁଦ୍ଧି ତାଙ୍କଠୁ ନିଶ୍ଚେ ପାଇବୁ l


ଠକିବାର କଥା ଭାବିବୁନି କେବେ

ଗାତରେ ଦିନେ ତୁ ନିଜେ ପଡ଼ିବୁ l


ଅଳସୁଆ ଜମା ହେବୁନିରେ ଧନ

କର୍ମଚଞ୍ଚଳରେ ଜୀବନ କାଟିବୁ l


ସଭିଙ୍କ ମଙ୍ଗଳ ଚିନ୍ତା କରିବୁରେ

ଜୀବନପଥେ ତୁ ଶାନ୍ତିରେ ଚାଲିବୁ।



Rate this content
Log in