Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Others

5.0  

ପ୍ରଶାନ୍ତ କୁମାର ବେହେରା

Others

ମୋହନ ବଂଶୀ - ଦ୍ୱାପରରେ ଓ ଏବେ

ମୋହନ ବଂଶୀ - ଦ୍ୱାପରରେ ଓ ଏବେ

1 min
7.0K



ହେ ମୂରଲୀଧର !

ଗୋଟେ ନିର୍ଜୀବ ବଂଶୀରେ

ଏମିତି ମନୋମୁଗ୍ଧକର ମୂର୍ଚ୍ଛନା

କେମିତି ତୋଳ ?


ହେ ନନ୍ଦ ନନ୍ଦନ !

ଯମୁନା ନଦୀ କୂଳରେ

କଦମ୍ୱ ଗଛ ମୂଳରେ

ତ୍ରିଭଙ୍ଗିଠାଣୀରେ

ହୋଇ ଦଣ୍ଡାୟମାନ

ମୋହନ ବଂଶୀକୁ

ତୁମର କରିଧାରଣ

କରୁଥିଲ ରାସଲୀଳା

ଷୋଳସହସ୍ର ଗୋପନାରୀଙ୍କ

ସହ ସେଇ ବଂଶୀର

ମଧୁର ଝଙ୍କାରରେ

କରି ମୋହିତ l


ହେ ଶ୍ୟାମ ସୁନ୍ଦର !

ସତରେ ତୁମ

ବଂଶୀ ସ୍ୱନ ଶ୍ରବଣ ମାତ୍ରେ

ସମସ୍ତ କର୍ମ ଛାଡି

ନିଜର ମାନ ମହତ

ସବୁକୁ ପଛରେ ପକାଇ

ଗୋପୀମାନେ ଧାଉଁଥିଲେ

ଯମୁନା କୂଳ l


ହେ ନବଘନ !

ସତରେ ତୁମ

ମୋହନ ମୁରଲୀ ବଂଶୀ

ମୂର୍ଚ୍ଛନା ତୋଳିବା ମାତ୍ରେ

ବୃନ୍ଦାବନର ସମସ୍ତ

ବୃକ୍ଷଲତା, ପଶୁପକ୍ଷୀ

କୃଷ୍ଣ ରୂପସୁଧା ପାନକରି

ହେଉଥିଲେ ଉନ୍ମତ୍ତ l


ହେ କଳାକାହ୍ନୁ !

ସତରେ ତୁମ

ମଧୁର ବଂଶୀ ସ୍ୱନ

ଜଡ-ଚେତନ, ଚର-ଅଚର

ସମସ୍ତଙ୍କୁ କରୁଥିଲା ଆକୃଷ୍ଟ l


ହେ ଶ୍ରୀକୃଷ୍ଣ !

ସତରେ ତୁମ

ବଂଶୀର ଲଳିତ ସ୍ୱରରେ

ଯମୁନା ନଦୀ ହୋଇ ସ୍ତବ୍ଧ

କଳକଳ ହୋଇ ବହି ଯାଉଥିବା

ତା ଜଳଧାରା ହୋଇଥାଏ ସ୍ଥିର l


ହେ ବଂଶୀଧର !

ତୁମେ ତ ବଂଶୀ ବିନା ଅପୂର୍ଣ୍ଣ

ସେଇ ବଂଶୀର ଲଳିତ ସ୍ୱର ସହ

ମନୋମୁଗ୍ଧକର ଶବ୍ଦ ସୃଷ୍ଟିରେ

ରାଧା ହୋଇ ବିବଶ

ଅପୂର୍ବ ଶ୍ରୀହରଣରେ ସ୍ଥାଣୁ ପଲଟି

ଆନନ୍ଦିତ ଓ ଆହ୍ଲାଦିତ ହୋଇ

ନିଜକୁ ତୁମ ପାଶେ ସମ୍ପୂର୍ଣ୍ଣ

ଦେଉଥିଲେ ସମର୍ପି l


ହେଲେ ଏବେ

ଏ କଳି ଯୁଗରେ

ଅଜସ୍ର ଭଣ୍ଡମାନେ ଏଠି

ତୁମ ପରି ରୂପ ଧାରଣ କରି

ବଂଶୀରେ ବେସୁରା ସ୍ୱର

ଦିଅନ୍ତି ଭରି l

ସେଇ ବେସୁରା ସ୍ୱରରେ

ବି ଆଜି ବହୁ ନାରୀ

ହୁଅନ୍ତି ବାତୁଳ

ମୋହଗ୍ରସ୍ଥ ଓ ପ୍ରେମାଷ୍ପଦରେ

ସବୁ ଇନ୍ଦ୍ରିୟର

ପ୍ରତିଟି ଇଚ୍ଛାକୁ

ଚରିତାର୍ଥ କରିବାକୁ

ସେଇ ଭଣ୍ଡମାନଙ୍କ ପାଖରେ

ହୁଅନ୍ତି ପାଗଳ l

ରାସଲୀଳାର ନାମରେ

ବାବା ବୋଲାଉଥିବା

ଭଣ୍ଡମାନେ ଗୁରୁଣ୍ଡି ଗୁରୁଣ୍ଡି

କରନ୍ତି ଦୁଗ୍ଧ ପାନ l


ଧରାପଡି କିଛି ଭଣ୍ଡ

ଏବେ କାରାଗୃହରେ

କରି ଅବସ୍ଥାନ

ଭକ୍ତଙ୍କୁ ତାଙ୍କର କୁହନ୍ତି

ଏ କୁଆଡେ ତାଙ୍କ ରଚିତ

ଏକ ଲୀଳା ଖେଳା ମାତ୍ର l

ଧନ୍ୟ ସେ ଭକ୍ତ

ଏତେ ସବୁ ସତ୍ତ୍ୱେ

ଏଯାଏ ହେଲିନି ତା

ଜ୍ଞାନର ଉଦୟ

ଅଥବା ମୋହଭଙ୍ଗ

ଭଣ୍ଡ ବାବାକୁ

ଏବେବି ମଣୁଛି ଈଶ୍ବର l


********************


ପ୍ରଶାନ୍ତ କୁମାର ବେହେରା

ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର l

ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in