Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Kumar Jain

Comedy

2  

Rajesh Kumar Jain

Comedy

ଏ ଯୁଗର ମନ ଭାରି ଉଚ୍ଛନ୍ନ

ଏ ଯୁଗର ମନ ଭାରି ଉଚ୍ଛନ୍ନ

1 min
6.6K


ଏ ଯୁଗର ମନ ଭାରି ଉଚ୍ଛନ୍ନ

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ଏ ଯୁଗର ମନ ଭାରି ଉଚ୍ଛନ୍ନ

ଦେଖିଲେ ଝିଅ ଗୋରୀ

ଭୁଲିଯାଏ ସବୁ ଜରୁରୀ

ପାଇବାକୁ ମନ ହୁଏ ଝୁରି

ଲଗାଇଦିଏ ଟଙ୍କାର ଢେରି  ।

 

ବୟସ ଅନୁସାରେ ଏଠି ପ୍ରେମର କାଟେଗୋରୀ

କିଏ କହିହିଏ - ସରୀ

କିଏ ଭଜୁଥାଏ ହରି

କିଏ ଡାରେନାରେ କରି କରି

ଏ ଯୁଗର ଅଲଗା ଅଲଗା ପାଠ

ଲାଗେ ଏଠି ମାଳମାଳ ହାଟ

ଯିଏ ଦେଲା ଅଧିକ ନୋଟ୍

ମିଳିଯାଏ ତାକୁ ଫଟାଫଟ୍

ହୃଦୟରେ ଆଉ ନାହିଁ ସ୍ପନ୍ଦନ

ନାହିଁ ଏଠି କିଛି ବନ୍ଧନ

ଗିଭ୍ ଏଣ୍ଡ ଟେକ୍ ର ସର୍ଭିସ୍ ଦନାଦନ

ଭୋକିଲା ରହିଯାଏ ବିଚରା ମଦନ  ।

 

ପକେଟରେ ନାହିଁ ଠନଠନ ଗୋପାଳ

ବୁଝିପାରିଲାନି ପ୍ରେମର ତାଳ

ଖାଲି ଦେଖି ଦେଖି ବୁହାଉଛି ଲାଳ

ଉପୁଡ଼ିଗଲାଣି ମୁଣ୍ଡରୁ ଚୂଳ  ।

କଲେଜ୍ ପ୍ରେମର ଅବସ୍ଥା

ଅତି ହିନସ୍ତା – ଭାରି ଶସ୍ତା

ସାଙ୍ଗେସାଙ୍ଗେ ଆସ୍ଥା

ପିଜା ଆଉ ପାସ୍ତା ଖୁଆଇ

କରିନିଏ ସବୁ ବ୍ୟବସ୍ଥା ।

ଥରେ ଦୁଇଥର ଦେଖାରେ ମନ ଯାଏ ହଲି

ସତେ ଯେପରି ଅକ୍ସନ୍ ଘାଟ କୂଳର ବାଲି

ଯିଏ ଦେଲା ମାଲ୍ ତା ଗାଡ଼ିରେ ଯାଏ ଚାଲି

ନେଟ୍ ଆଉ ମେସେଜ୍ ର ଆଟାକ୍ ହୁଏ ଘନଘନ

ସମୟ ଆଗରୁ ସବୁ କରିବାକୁ ମନ ।

ଏ ଯୁଗର ମନ ଭାରି ଉଚ୍ଛନ୍ନ

ମୋବାଇଲ୍ ଜଣକର

ବ୍ୟାଟେରୀ ପକାଉଛି ଆଉ ଜଣେ

ଚାର୍ଜ କରୁଛି ଅନ୍ୟଜଣେ

ରିଚାର୍ଜ କରୁଛନ୍ତି କେତେଜଣ

କଥା ହେଉଛନ୍ତି ବହୁଜଣ ।

ଇଏ ଆଧୁନିକ ପ୍ରେମର ବଣ

ଏଠି ମହୁ ଆଶାରେ ସବୁ ଭଣଭଣ

ଯେତେ ପାରୁଛ ସେତେ ଛାଣ

ଏ ଯୁଗର ମନ ଭାରି ଉଚ୍ଛନ୍ନ  ।

ପ୍ରେମ କଲେ ଜାଣ ହବ ହଇରାଣ

ପ୍ରେମ କରି ହେଲି ଲହୁଲୁହାଣ

ପ୍ରେମ-ଫାଶେ ଫସନା ରହିଲା ରାଣ

ଏହା କଳିଯୁଗର ମଡର୍ଣ୍ଣ ପୁରାଣ ।

 

 ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in

Similar oriya poem from Comedy