Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics Romance

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics Romance

ବିରହ

ବିରହ

1 min
7.3K


ରୋମାଣ୍ଟିକ କବି ମାୟାଧର ମାନସିଂହ


ମିଳନର କାଳେ ଯେତେ ପାଖେ ଆସ

ଥାଏ ଦେହ ବ୍ୟବଧାନ,

ବିରହରେ ପ୍ରିୟେ ! ହୋଇଅଛି ଆଜି

ଶରୀରର ଅବସାନ ।।

ଶୋଣିତର ସ୍ରୋତେ ସାରା ଦେହେ ଆଜି

ତୁମର ପରଶ ପ୍ରିୟା,

ଦେହମୟ ଆଜି ହୋଇଅଛ ତୁମେ

ଆବରି ରହିଛ ହିୟା ।।

ବାହାରେ ଭିତରେ ସବୁଆଡ଼େ ତୁମେ -

ଅଭିନବ ଅନୁଭବ,

ନିଜ ଦେହେ ଯାକି ପାଉଛି ବିରହୀ

ମଧୁର ପରଶ ତବ ।।

ଯହିଁ ଯାଏଁ ମୁହିଁ ଯହିଁ ଅବା ଥାଏଁ

ମୋର ଏ ପରାଣ ତଳେ,

ବୀଣା-ତାର ତଳେ ମଧୁଗୀତ ସମ

ତୁମରି ଛାୟାଟି ଚଳେ ।।

ସବୁକାମ ତଳେ ତୁମ କଥା ସଖି

ବାଜୁଥାଏ ରହି ରହି,

ଆଖି ଯାହା ଦେଖୁ ମନ ଭାବୁଥାଏ

ଦିନେ ଗୋ କି ଥିଲ କହି ।।

ବିରହ-ବିଧୁର ବିରହ ମଧୁର

ଭାବେ ମୋ ବିରହୀ ହିୟା,

ବିରହ ଯେ ଦେଲା ଯୋଗ, ଭୋଗିବାକୁ

ଦେହ ସାରା ମୋର ପ୍ରିୟା ।।

ସମାପ୍ତ


Rate this content
Log in

Similar oriya poem from Classics