ଅହଂ ବ୍ରହ୍ମାସ୍ମି
ଅହଂ ବ୍ରହ୍ମାସ୍ମି
ମୁଁ ହୋଇ ମୋତେ ଡାକେ ମୁଁ
ସେପାରିରୁ ଏପାରିକୁ ଆଣେ
ନୋଆର ପ୍ରଳୟତରୀରୁ ଓହ୍ଲାଏ
ନୂଆ ଏକ ଆସ୍ଥାନରେ ଅଭିଷେକ କରାଏ
ସୃଜେ କାରଣଜଳରେ ସୃଜନର ପୃଥ୍ୱୀ
ଅନ୍ଧକାରକୁ ଜଳାଏ; ଆଲୁଅ ଆଣେ
ସୂର୍ଯ୍ୟକୁ କଅଁଳିଆ କରି ରଖେ
ଘାସକୁ ଏନ୍ତୁଡ଼ି ଘରୁଆ||
କୀଟ ତରୁ ଲତା ବିହଙ୍ଗରେ ଆଙ୍କେ ଇନ୍ଦ୍ରଧନୁ
ଘଡ଼ଘଡ଼ିରେ ଦିଏ ସାତସୁର
ବିଜୁଳିରେ ମଣି ମାଣିକ୍ୟର ତେଜ
ବରଷା ଧାରରେ ନବରସର ସ୍ୱାଦ
ମନୁଷ୍ୟରେ ଥାପେ ଶିଶୁର ହୁରୁଦ
ମରୀଚିକାରେ ଦିଏ ସତ୍ୟ
କ୍ଷୁଧା ତୃଷାରେ ସଞ୍ଜିବନୀ
ଜୀବରେ ରଖେ ଅକ୍ଷତ
ସୃଷ୍ଟିରେ ବୈଚିତ୍ର୍ୟ
ଜଳ ଶସ୍ୟ ଫଳ ପୁଷ୍ପରେ ଅମୃତ
ମୋ ସସାଗରା ଧରା
ସତ୍ୟ ଦିବ୍ୟ ନିତ୍ୟ||
-ପ୍ରଭୂ