ପଣତ
ପଣତ
1 min
283
ପଣତ ଲୋ,ତୁ ତ
ପ୍ରୀତିରେ ପ୍ରୀତିରେ
ଆକାଶରେ ଉଡୁଥାଉ ।
ଆକାଶ ଯେ ନୀଳ
ସାଗର ବି ନୀଳ
ନିଲିମା ରେ ହଜିଯାଉ ।
ଜହ୍ନକୁ ମାଗିଲେ
ମୁଠାଏ କଳଙ୍କ
ଜୋଛନାରେ ଛାଟି ଦିଏ ।
ତା'ଦିଆ କଳଙ୍କ
ତୋ'ପଵିତ୍ରତାରେ
ମହା ପୁଣ୍ୟ ହୋଇଯାଏ ।
ସାଗର ଶାମୁକା
ଲୁଚି ଲୁଚି ତୋର
ପବିତ୍ରତା ନେଇଯାଏ ।
ସେ ପଵିତ୍ରତାରେ
ଶାମୁକା ସ୍ୱପ୍ନରେ
ଦିବ୍ୟଙ୍ଗନା ହୋଇଯାଏ ।
ଧରଣୀ ରାଣୀର
ଓଢଣୀ ରୂପେ ତୁ
ଆହୁରି ସୁନ୍ଦରୀ ସାଜୁ ।
ପଣତ ଲୋ ସତେ
କି କିମିଆଁ ଅଛି
ବଧୁ ବେଶେ ନିଜେ ହଜୁ !
ମାଆ ର ପଣତ
ହୋଇ ତୁ ମହତ
ମମତା ବର୍ଷାଇ ଥାଉ ।
କି ଗୁଣ ଗାଇବି
ସବୁ ଗୁଣେ ଛନ୍ଦା
ରୂପରେ ତୁ ମୋହିନେଉ ।
ପଣତ ଲୋ ମୋର
ଜାତି ଆଭିଜାତ୍ୟ
ନାରୀଙ୍କ ତୁ ସ୍ୱାଭିମାନ ।
ସ୍ୱାଭିମାନ କରୁ
ଅଭିମାନ କରୁ
ବନ୍ଦନୀୟା,ଗରୀୟାନ !
ତୋ କୋଳରେ ରହି
କାହ୍ନା ରୂପେ ଥାଇ
ଶ୍ରୀ କୃଷ୍ଣ ବି ଖେଳୁଥିଲେ ।
ଖେଳରେ ଖେଳରେ
ସ୍ନେହରେ ସ୍ନେହରେ
ବାଲ୍ୟ ଲୀଳା କରୁଥିଲେ ।
ମମତମୟୀ ଗୋ
ମମତା ପସରା
ଅଫୁରନ୍ତ,ଅସରନ୍ତି ।
ପ୍ରଣାମ କରୁଛି
ପ୍ରଣତି ଢାଳୁଛି
ସୁହାସିନୀ,ଗୁଣବତୀ ।