Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ଆମ ଯୁବଶକ୍ତି

ଆମ ଯୁବଶକ୍ତି

1 min
7.6K


ପାଠ ପଢ଼ିବାକୁ ଛାଡ଼ି ବାପା ମା' ପାଣି ପରି ଟଙ୍କା ଗଣି
ଭାବନ୍ତି ପିଲାଏ ରୋଜଗାର କରି କରିବେ ସବୁ ଭରଣି ।
ପାଠ ସାଠ ସବୁ ସାରି ସେ ବେକାର ମୋହର ପିଠିରେ ମାରେ
ସରକାର ଦାୟୀ ବାପା ମା' କେହି ଗଦିରେ ନ ବସାଇଲେ ।
ସଜନା ଗଛଟେ ବାଡ଼ିରେ ପୋତେନା ବେକାରୀ ବାହାନା କରେ
ଗୋଡାଣିଆ ହେବା ତା ଭାଗ୍ୟ ଲିଖନ ନେତାର ପାଦ ସେ ଧରେ ।
ଲକ୍ଷେ ଟଙ୍କା ଗାଡ଼ି ବାପା ଦେଇଛନ୍ତି ପେଟ୍ରୋଲ ଲିଟରେ ଦାସ
ଚିକେନ ମଦରେ ବଶୀଭୂତ ସିଏ ବାପା ମା ନାହିଁ ଦିଶ ।
ଚାକର ହୋଇବା ଭାଗ୍ୟ ଲିପି ଭାବି ରହେ ମଦର ଆବେଶେ
ଯୁବଶକ୍ତି ଯଦି ମାଲିକ ହୁଅନ୍ତା କି ନହୁଅନ୍ତା ଏ ଦେଶେ !
କେଡେ ବିରୋଧୀ ସେ ହସନ୍ତି ବୁଲନ୍ତି ଭାଇକୁ ମାରୁଛ ତମେ
ଗାଁ ପରିବେଶ ନଷ୍ଟ କରିଦେଲ କୁଜି ନେତା ହେବା ଭ୍ରମେ ।
ସମ୍ମାନରେ ବଂଚି ଶିଖ ଯୁବଶକ୍ତି ସଜାଡ ଚକର ଅଖ
ନେତାଙ୍କୁ ତୁମର ଗୋଡାଣିଆ କର ମାଡ଼ ନାହିଁ ତାଙ୍କ ପାଖ ।
ଅମ୍ବାନୀ ଓବ୍ରୋଇ ସୁନାର ଚାମଚ ନେଇ ନଥିଲେ ଜନମି
କଠିନ ଶ୍ରମରେ ଶୁନ୍ୟରୁ ଆରମ୍ଭି ହୋଇଲେ ସାମ୍ରାଜ୍ୟ ଗାମୀ ।
ହଜାର ମାଇଲ ପଦଯାତ୍ରା ସିନା ପାଦ ଥାପି ଆଗେ ଯିବ
ଗଛକୁ ଚଢ଼ିବ ମୂଳରୁ ନାଁ ଶୁନ୍ୟେ ଡାଳ ଉପରେ ବସିବ !
ମୂମ୍ବାଇ ସଡକେ ବେଂଚରେ ଶୋଇକି ଅମିତାଭ ବିଗ୍ ବି
ସାଧନାରେ ସିଦ୍ଧି ମନ୍ତ୍ର ବୁଝିଗଲେ "କରିବି ମୁଁ ଦେଖାଇବି" ।
ନିଜ ଶକତିକୁ ଶୃଙ୍ଖଳିତ କରି ଜାଗରିତ କର ତନ୍ତ୍ରୀ
ସଂଘ ଅଫିସରେ ପୋଛା ମାରି ଜଣେ ଦେଶର ପ୍ରଧାନମନ୍ତ୍ରୀ ।


Rate this content
Log in