Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

3.1  

Sadananda Sahoo

Others

ଶୁଭ ଅବସର ସ୍ମୃତିର ଦିବସ

ଶୁଭ ଅବସର ସ୍ମୃତିର ଦିବସ

1 min
785


ସୁନେଲି ସଂନ୍ଧ୍ଯାର ଏ'ମହା ଆସର 

    ଅବସର ମହୋତ୍ସବ , 

ବିଦାୟ କାଳୀନ ସ୍ମୃ୍ତିର ବିଭବ 

   ଅପାସୋରା ସ୍ନେହଁଭାଵ ! ! 


ରମ୍ଭାଭଗ୍ନୀ ଆମ ନେଲେ ଅବସର 

    ସେବାରୁ ବିମୁକ୍ତ ହୋଇ , 

ଉଚ୍ଛୁଳି ପଡୁଛି ସ୍ମୃତିର  ଝଲକ 

   ଚିର ହସଫୁଲ ଭାଇ ! ! 


ଚାକିରୀ ଜୀବନ ଦିଦିଙ୍କ ସମ୍ପଦ 

   ଥିଲାତ' ସୌହାର୍ଦ୍ଦ୍ୟ ପୂର୍ଣ୍ଣ , 

ସଵୁଦୁଃଖ ଭୁଲି କର୍ମକୁ ଆଦରି 

   ଭୁଲିଥିଲେ   ଅବସନ୍ନ ! ! 


ଘାତ ପ୍ରତିଘାତ  ଚିରସହଚର 

   ଜୀବନର ବିଶେଷାଙ୍କ , 

ବୈଧବ୍ୟର ଦୁଃଖ ଦିଦିଙ୍କ ଦୁଃଭାଗ୍ୟ 

   ସହନର ଶେଷ ଅଙ୍କ ! ! 


ଦୃଢମନା ରମ୍ଭା ସଂସାରୀ ବିଭବା

    ସଂଘର୍ଷର  ସୁନାମାଆ , 

ପୁତ୍ରମୁଖ ଚାହିଁ ଦିନ ଦେଲେ କାଟି 

     ଜାଣିଛି ସାରା ଦୁନିଆଁ ! ! 


କର୍ମବ୍ରତା ମାତା ରମ୍ଭା ସୁନା ମାତା 

    କର୍ମଚାରୀ ପ୍ରୀତି ରାଣୀ , 

ସରାଗେ ଡାକନ୍ତି ରମ୍ଭା ନାନୀ ବୋଲି 

     ସହକର୍ମୀ ବନ୍ଧୁ ଜାଣି  ! ! 


ଆହେ'ସହକର୍ମୀ ଆହେ' ଅଧିକାରୀ 

    ସର୍ବେ ମାଗ ଆଜି ଦୁଆ , 

ରମ୍ଭା ନାନୀ ପଥ ହେଉ କୁସୁମିତ 

    ହସୁତା' ଟିକି  ଦୁନିଆଁ ! ! 


ସରସ ସୁନ୍ଦର ହେଉତା' ସଂସାର 

    ଆହେ ପ୍ରଭୁ ଜଗନ୍ନାଥ , 

ଅବସର ଦୁଃଖ ଅପସରି ଯାଉ 

     ଦିଅ ପ୍ରଭୁ ଶୁଭାଶିଷ ! ! 


ଭୁଲିବନି ଦିଦି  ଆସିବଟି ଜାଣି 

   ମନେ ପଡ଼ିଯିବ ଯେବେ , 

ସହକର୍ମୀ ଭାଇ ସହକର୍ମୀ ଭଗ୍ନୀ 

   ଆଦର କରିବେ ସର୍ବେ ! ! 


ହେ' ପ୍ରଭୁ ଗୋସାଇଁ ଜଗତର ପତି 

    କରୁଛୁ ବିନତୀ ଅଳି , 

ଶୁଭ ଅବସର ହେଉ  ସୁଖମୟ 

    ହସଫୁଲ ପଡୁଝରି ! ! 

ସଦାନନ୍ଦ ସାହୁ ,କାରା କର୍ମଚାରୀ , ଚୌଦ୍ଵାର , କଟକ ! ! 

 ମଣ୍ଡଳ କାରାଗାର ,କଟକ ଚୌଦ୍ଵାର, ର ମୋର ଜଣେ ମହିଳା ସହକର୍ମୀ ' ' ରମ୍ଭା ମହାନ୍ତି ' ' ଭଉଣୀ ଙ୍କର ଅବସର ତଥା ବିଦାୟ କାଳୀନ ଉତ୍ସବରେ ଯୋଗଦାନ ପୂର୍ବକ ଏହି ଭାବଗର୍ଭକ କବିତାଟିକୁ ତାଙ୍କ ଉଦେଶ୍ୟରେ ଉତ୍ସର୍ଗ କରୁଛି ! !


Rate this content
Log in