Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

pratap nayak

Fantasy

1.0  

pratap nayak

Fantasy

ଏମିତି ହୁଅନ୍ତାନି

ଏମିତି ହୁଅନ୍ତାନି

1 min
205



ଏମିତି ହୁଅନ୍ତାନି ?

ଶ୍ରାବଣରେ ତମେ ଝରୁଥିବାବେଳେ

ମୋ ହାତରେ ଛତା ନଥାନ୍ତା

କାମୁଡା କାମୁଡି ହେଇ ମୋ ପୋଷାକ 

ଅନ୍ୱେଷଣ କରନ୍ତେ କାହାଆଖି

କାହା ଆଖି କଥା କହି ଗାରପକାନ୍ତା 

ମୋଛାତିରେ ??


ରିମଝିମ୍ ଶିହରଣ 

ଆତଙ୍କିତ କରନ୍ତା କାଦୁଅ ମେଳରେ

ତାରା ଫୁଲ ଫୁଟି ଝଡିଗଲା ପରି ,

କେତେ ମୋ ପାଦର ଆଲିଙ୍ଗନରେ ,

ତ ପୁଣି କେତେ ନିଜେ ନିଜର 

ତୁମ ଝରା ବଉଳରେ ।


କାତର କାତର ପାଣି 

ଲୁହ ହେଇ ଝରନ୍ତା 

ତୁମରି ଆଖିରେ

ମୋ,ଆବର୍ତ୍ତମାନରେ?

ଗଳା ଫଟେଇ କାନ୍ଦନ୍ତା 

ଶ୍ରାବଣୀ ଆକାଶ

ଏମିତି ହୁଅନ୍ତାନି ।


ଏମିତି ହୁଅନ୍ତାନି

ତୁମ ନାଁ ନେବାପାଇଁ 

କବିମାନେ ବାଡାବାଡି ହୁଅନ୍ତେ

ଫୁଲେଇ ହେଇ ତୁମେ ବଢନ୍ତ 

ବାଜଣା ବଜେଇ

ସଜେଇ ହୁଅନ୍ତ 

ମେଘ କବରୀରେ

ଏମିତି ହୁଅନ୍ତାନି 

ଏମିତି ହୁଅନ୍ତାନି ସତେ ।


Rate this content
Log in