Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics Inspirational

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics Inspirational

ସର୍ବହରା

ସର୍ବହରା

1 min
7.0K


ଅନନ୍ତ ପଟ୍ଟନାୟକ


ଜୀବନ ଧରି ହେ ଢାଳିଲୁ ରକ୍ତ, ତୋଳିଲୁ ସଉଧମାଳା

ଆମରି ଲାଗିରେ ଶାସନ ଶକ୍ତ, ଆମେଇ ସର୍ବହରା ।

ଝାଞ୍ଜି ପବନ ସହିରେ ସଘନ, ଗହିରେ ରୋଇଲୁ ଧାନ

ବରଷା କାଦୁଅ ଚକଟି କେତେରେ, ଖିନ୍ନ କରିଲୁ ପ୍ରାଣ ।

ପଉଷ ପ୍ରଭାତେ କାଟିଲୁ ଶସ୍ୟ, ହସିଲେ ନିଖିଳ ବାସୀ

ଶକ୍ତିଶାଳୀର କରାଳ କବଳ, ନେଲାରେ ସକଳ ଗ୍ରାସୀ |

କେତେ ଯେ ଦେଏଣା, କେତେ ଯେ ପାଉଣା, ମହାଜନ ଜମିଦାର

ନେଲେଟି ଶୋଷିରେ, ଚାହିଁଲୁ ନୀରବେ ଘେନି କଙ୍କାଳମାଳ,

ସନ୍ତାନ ଆମ, ଆମରି ଆଗେରେ, ଶମଶାନେ ପଡ଼େ ଟଳି

ମୂକ ପାଷାଣର ପରାଣ ବହିରେ, ରହିଛୁ ସଭୟେ ଥରି ।

ଯେ ଯୁଗେ ମାନବ ଉଡ଼ଇ ଆକାଶେ, ବୁଡ଼ଇ ସାଗର ଜଳେ

ସେ ଯୁଗେ ଆମେରେ “ ହା ଅନ୍ନ ହା ଅନ୍ନ” ଡାକି ବୁଲୁ ନତ ଶିରେ ।

ଭାଗ୍ୟ ଆଦରି ଦେଉଳ ଦୁଆରେ, ମୁଣ୍ଡ ପିଟୁରେ ବସି

କରଭାର ସହି ହୀନ ଦୁର୍ବଳ, ନ ପାରୁ ଜୀବନେ ହସି ।

ଆମେଇ ଗଢ଼ିଲୁ ବନ୍ଧୁକ, ତୋପ, ତରବାରୀ ଆମ ପାଇଁ

ଆମେଇ ତୋଳୁରେ କାରାର ପ୍ରାଚୀର, ବନ୍ଧନ ଗୀତ ଗାଇ

ସମାଜର ଶତ ଶୃଙ୍ଖଳ ଜାଲେ, ଛନ୍ଦି ଆପଣା ଛାଏଁ

ଆଲୋକର ପଥ ରୁଦ୍ଧ କରୁରେ, ଯୁଗ ଯୁଗାନ୍ତ ଯାଏ ।

ପୁଞ୍ଜିତ ରୋଷେ ବଞ୍ଚିତ ଆମେ, ଦୀପ୍ତ ଚେତନା ବହି

ନ ବୁଲିବୁ ଆଉ ଭିକ୍ଷୁକ ବେଶେ, ଦୁଃଖ ବେଦନା ସହି,

ପ୍ରାପ୍ୟ ଆମର ନେବୁରେ ମୁକର, ଆମେ ଶ୍ରମିକର ଜାତି

ଫୁଟାଇବୁ ଆଜି ରକ୍ତ ପ୍ରଭାତ, ଚିରି ଅନ୍ଧାର ରାତି ।

ନିଶ୍ବ ଯେତେକ, ବିଶ୍ବର କୋଳେ ସକଳ ଶ୍ରମିକ ଚାଷୀ

ମିଳିତ ହୁଅରେ ଆମରି ସଙ୍ଗେ, ଶଙ୍କା ଜଡ଼ତା ନାଶି

ଥରୁ ରେ ଧରଣୀ ଆକାଶ ପବନ, ଥରୁ ରେ ଶୋଷକ କୁଳ ।

ହସିଉଠୁ ଆଜି ସମତା ଜଗତେ, ଭାଜୁରେ ପାହାଡ଼ ଚୂଳ ।

ସମାପ୍ତ


Rate this content
Log in

Similar oriya poem from Classics