Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ram Prasad Bisoi

Others

3  

Ram Prasad Bisoi

Others

କବିତା-ତୁମେ ନିଜେ ନିଜ ଠିକଣା

କବିତା-ତୁମେ ନିଜେ ନିଜ ଠିକଣା

1 min
6.8K


କବିତା----!

ତୁମେ ଯେ ଆତ୍ମସ୍ରୋତିନି, ଭାବର ପରିସ୍ପୁୁଟନ

ଭଲ ନଲାଗ ବା କାହାକୁ କୁହ,

କିଏ କହେ ତମକୁ ସ୍ପତସ୍ପୃହ୍, ମାନସିକ ଅବେଗର ମନ୍ଦାକିନୀ,

ଆଉ କିଏ ସଂବୋଧିର ସଂଳାପ,

ଲକ୍ଷ୍ୟ ନିଶ୍ଚିତ ଯେ

ତୁମ ଜ୍ଞାନ ସାଗର ସଂଗମ । (୧)

 

ସୃଷ୍ଟି ତୁମେ,

ସ୍ୱର ତୁମେ,

ହୃଦୟ ଗଙ୍ଗୋତ୍ରିର...

ତୁମ ନାଦେ ବ୍ରହ୍ମାଣ୍ଡ ବ୍ରହ୍ମ ନାଭି କମଳ,

ଓଁକାର ନାଦ ସାରସ୍ୱତ ବୀଣାତାନ ,

ସମାହିତ ସବୁର ଆଦି

ତୁମେ କବିତା-------------। (୨)

 

ତୁମେ ଶବ୍ଧ,

ତୁମେ ତରଙ୍ଗ,

ତୁମେ ରସ, ରାସ ଓ ଶୃଙ୍ଗାର

ଯିଏ ଶୁଣେ, ଆଙ୍କି ଦିଅ ହୃଦୟେ ଅଲିଭା ସ୍ମୃତିର ଆଲେଖ୍ୟ । (୩)

 

ତୁମେ ମାନସୀ ଇଚ୍ଛାକନ୍ୟା

ହୋଇପାର କପୋଳକଳ୍ପିତ,

କିନ୍ତୁ ଦରକାର ନାହିଁ ଦେବାକୁ ତୁମ ପରିଚୟ କି ଠିକଣା,

ସଂଘଟଣା, ସଂହତ ଭାବାବେଗ

ସମଦର୍ଶୀ ହୃଦୟଟି ଆପଣାଏ ଆପେ ଆପେ ତୁମକୁ

ସାଧ୍ୟମତ୍ତେ ଲେଖି ନିଏ ନିଜ ହାତେ ନିଜ ଇତିହାସ,

ତୁମେ ସୃଷ୍ଟି , ସ୍ଥିତି, ବିଲୟ

ତୁମ ପ୍ରେମୀକର ମାନସୀ ଇଛକନ୍ୟା

ରହୁଥିବା ଗଳି ହିଁ-ତୁମ ନିଜସ୍ୱ ଠିକଣା,

ହୋଇପାରେ ସମାହିତ କିଛି ଶବ୍ଧ, ଧାଡି, ପଂକ୍ତିରେ

କିନ୍ତୁ ନୁହଁ କେବେ ତୁମେ ଅନାମିକା

କବିତା-ତୁମେ ନିଜେ ନିଜ ଠିକଣା ।

 

କଶ୍ୟପ, ରାମ ବିଶୋଇ, ସକାଳ-୮-୨୮-ମିନିଟ, ତା-୦୩-୧୨-୧୬ ରାୟଗଡା ।


Rate this content
Log in