Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narmada Sahu

Inspirational Others

3  

Narmada Sahu

Inspirational Others

ଶ୍ରାବଣ ଭର୍ତ୍ତି ଆକାଶଟେ ଅଛି

ଶ୍ରାବଣ ଭର୍ତ୍ତି ଆକାଶଟେ ଅଛି

1 min
6.9K


ମୋ ବିଶ୍ଵାସର ଦେଉଳରେ

ମୁଣ୍ଡ ନଥିବା ହୃଦୟଟେ ଅଛି,,

ଛାତି ନଥିବା ଦିହଟେ ବି,,,

ମୁଁ ନିତି ଜୀଉଁଥାଏ

ରାତି ନଥିବା ବୟସଟେ,,,,,

ମୋ ନିଜ ସହରେ

ମୁଁ ହଜେଇଛି ଆଧାର,,,,

ଭୋଟର୍,,,,ପ୍ୟାନ୍ ,,,ପ୍ରମାଣ

ମୁଁ ଯାଯାବର,,,,,,

ବିଶ୍ଵାସ ଥାଉ କି ନଥାଉ

ଶ୍ଵାସ ପାଉଁଶ ହବାଯାଏ

ଜୀବନର ବୀମା,,,,,

ଆଉ

କ'ଣ କରିହେବ????

ଇଚ୍ଛାମୃତ୍ୟୁ,,,,

ମାମା କହିଲେ,,,,

ମୃତ୍ୟୁ ପାଇଁ ଲକ୍ଷେ କାରଣ

ଜୀବନ ପାଇଁ ଗୋଟେ,,,

ନିଜକୁ ପ୍ରେମ କର

ଜୀଇ,,,,

ମୁଁ ଯେମିତି,,,,,,

ଜୀବନ

ମରିବାକୁ ପଥ ଦେଖାଏ

ତୁ ଜୀବନକୁ ପଥ ଖୋଜ୍,,,

ଆକାଶ ମୋ ମଥାନରେ

ନିର୍ଭୟ ପ୍ରତିଶୃତି ଟିଏ

ନିରବତା କଷ୍ଟର

ଉଶ୍ଵାସ ପାଇଁ

ଛାତି ଫଟେଇ ସେ ବି କାନ୍ଦେ,,,,

ମୋ ପରି

ବର୍ଷା ହୋଇ କେବେକେବେ,,,,,

ତମ ବାରଣରେ

ମୁଁ ଦେବଦାସ,,,,,

ତମ ଆକାଶ ଭର୍ତ୍ତି

ପ୍ରେମ ଫେରେଇ ନିଅ,,,,

ମୋର ଶ୍ରାବଣ ଭର୍ତ୍ତି

ଆକାଶର ସାଥ୍ ଅଛି,,,,,

★ନର୍ମଦା ସାହୁ


Rate this content
Log in

Similar oriya poem from Inspirational