Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Tragedy

3  

Prasanta kumar Hota

Tragedy

ମୟୂର ରଖିଛି ଚନ୍ଦ୍ରିକା ତୋ ପାଇଁ

ମୟୂର ରଖିଛି ଚନ୍ଦ୍ରିକା ତୋ ପାଇଁ

1 min
292


ମୟୂର ରଖିଛି ଚନ୍ଦ୍ରିକା ତୋ ପାଇଁ

କଳା କେଶେ ଦେବୁ ଥୋଇ

ଗୋପପୁରେ ଆଉ କେହି ଦିଶୁ ନାହିଁ

କହ କୃଷ୍ଣ ରହୁ କାହିଁ।


ଆସିବ କି ଦିନ ଫେରିବ ମୋ କୃଷ୍ଣ

ଗୋପରେ ଫୁଟି ହସ

ଗୋପେ ଗୋପାଙ୍ଗନା ପୁଣି ସଜାଇବେ

କେତେ ରଙ୍ଗେ କରି ରାସ


କଦମ୍ବର ଗଛ ରହିଛି ଅନାଇ

କେତେ ଦୁଃଖ ତୋର ପାଇଁ

ଫେରିବ ବୋଲି ତୋ ପାଦ ଯୁଗଳକୁ

ରହିଛି ଚାତକ ହୋଇ।


ଥରେ ଆସ ଫେରି ତୋର ଗୋପପୁରୀ

ଦେଖିଯିବ ଏକା ସାଙ୍ଗେ

ଯମୁନା କୁଳ ବି ଉଛୁଳେ ଅଧିରେ

ତରଙ୍ଗ ତୀରରେ ଭାଙ୍ଗେ


ବଇଁଶୀର ସ୍ଵର ଶୁଣିବାକୁ ତର

ଶୁଭୁନାହିଁ ଆଉ ଏଠି

କୃଷ୍ଣ ବିରହରେ ଭକତ କାନ୍ଦୁଛି

ଆନମନା ଏଠିସେଠି


ସତେକି ଫେରିବ ତୋର ରୂପ ଥରେ

ଆଖି ଲୁହ ଯାଏ ବୋହି

କଦମ୍ବର ମୂଳେ ଯମୁନାର କୂଳେ

ବଂଇଶୀର ତାନେ ମୋହି


ପ୍ରଶାନ୍ତ କୁମାର ହୋତା


Rate this content
Log in

Similar oriya poem from Tragedy