Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Romance

2  

Abhakanta

Romance

କଳା ମେଘ ବୋଲେ

କଳା ମେଘ ବୋଲେ

1 min
1.2K


କଳା ମେଘ ବୋଲେ

 

ଆଭାକାନ୍ତ ମହାନ୍ତି

 

କଳା ମେଘ ବୋଲେ            ଶିଖୀପୁଚ୍ଛ ଭୋଳେ

       ଆସ ମହ୍ଲାରେ ମିଶ ଗୋ ପ୍ରିୟତମ,

ଥିରି ଥିରି ବାଆ           ବୁହାଇଲି ଯାହା

       ପ୍ରେମେ ହୃଦ ଖୋଲି ଗାଅ-ନାଚ-ଝୁମ । ୦ ।

 

ଝରୁ ପ୍ରୀତି ରୀତି          ମିଳନର ଗୀତି

       ମାତି ଧରାଛାତି ଦେଉ ଦୁଲୁକାଇ,

ଝରୁ ପୂର୍ଣ୍ଣେ ତୋଷ        ସରୁ ଅବସୋସ

       ଧରୁ ଇତିହାସ ବିଭୁ ଖେଳ ଏଇ,

ସଖା ଯାଅ ଭୁଲି           ଚଖା ଚଇତାଳି

       ମଖା ହୃଦୟରେ ଯେଉଁ ଭାରସାମ୍ୟ । ୧ ।

 

ଚାରୁ ନବନୀତ            ତରୁ ପଲ୍ଲବିତ

       ଧରୁ ଧରାରାଣୀ ରୂପ ଶ୍ୟାମଳିମା,

ମାଟି ଗନ୍ଧ ଛନ୍ଦ            ଲୋଟି ମନ୍ଦମନ୍ଦ

       ଲୁଟିନିଏ ସର୍ବ ହୃଦୟ ଗାରିମା,

ଆସ ପ୍ରିୟବର             ଭାଷ ତୁମ ସ୍ୱର

       ତୋଳ ଚନ୍ଦ୍ରିକା ତୁମରି ମନୋରମ । ୨ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in

Similar oriya poem from Romance