ମଧ୍ୟରାତ୍ରିର କବିତା
ମଧ୍ୟରାତ୍ରିର କବିତା
ଇଛା ହୁଏ ଆଜି
ଚାଲିଯିବାକୁ
କୋଉ ଗୋଟେ
ଜନାକୀର୍ଣ୍ଣ ଇଲାକାର ପଥେ
ଯେଉଁଠି ନ ଥିବ
ଈର୍ଷା ଆଉ ଛଳନା
ପଡୁ ନ ଥିବ ବିଶ୍ୱାସର ବଳି
ଥିବ ଖାଲି ନିର୍ଜନତା
ଦିଗବ୍ୟାପି ଶାନ୍ତତା
ପ୍ରକୃତିର ଶାଳୀନତା
ଆଉ
ମୋ ମନ ଆକାଶରେ
ଥିବ ତୁମ
ପ୍ରତିଟି ଅଭୁଲା ପ୍ରତିଛବି ।
ଯେଉଁଠି ବର୍ତ୍ତମାନ
ଥିବ ନିରୁଦିଷ୍ଟ
ଭବିଷ୍ୟତ ଥିବ ଅନିର୍ଦିଷ୍ଟ
ଅତୀତ ମୋ ସାଜିଥିବ
ଚିର ସାଥୀ
ଅତୀତର ସେଇ
ଚିର ଯୌବନ ତୁରଙ୍ଗକୁ
ସବାର ବନେଇ
ଭିଜୁଥିବି ସେଇ ସ୍ମୃତି ବର୍ଷାରେ
ପ୍ରତି ଦିନ ପ୍ରତି ରାତି ।
ତୁମେ ସିନା ଆଜି ନିରୁଦିଷ୍ଟ
ଏ ଦୁନିଆର
ଜନାରଣ୍ୟ ଭିତରେ
କଂକ୍ରିଟ୍ ଜଙ୍ଗଲର
କୋଉ ଏକ ଅନ୍ଧାରି କୋଣରେ
ଲୁଚି ଯାଇଛ
କୋଉ ଗୋଟେ ହୃଦୟ ଭିତରେ
ହୃଦୟର ରାଣୀ ସାଜି
ହେଲେ ମୁଁ
ଆଜି ବି ଖୋଜୁଛି
କାଳେ ତୁମେ ମିଳିଯିବ
ଦୁନିଆର କୋଉ ଗୋଟେ
ମ୍ଳେଚ୍ଛ ମଣିଷର
କାରାଗାର ଭିତରେ
ସେଇଥି ପାଇଁ ତ
ସନ୍ଧାନରତ ଆଜି
ତୁମ ସନ୍ଧାନ ପଥର
ପଥିକ ମୁଁ ସାଜି ।
@bikesh