Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Minakshi Samal

Others

2  

Minakshi Samal

Others

ମାଛ ଚୋରି

ମାଛ ଚୋରି

1 min
261


ନରିଆ ପୁରିଆ ଦୁଇଟି ଭାଇ

ମନ କଲେ ମାଛ ଖାଇବା ପାଇଁ ।

ମୁଗୁରା, ଜାଲକୁ ମୁଣ୍ଡରେ ବୋହି

ମାଛ ମାରି ଗଲେ ଚଅଁର ସାହି ।

ସେ ସାହି ମୁଣ୍ଡରେ ବଡ ପୋଖରୀ

ରୋହୀ ଭାକୁରରେ ଥିଲା ତ ପୁରି ।

ଗାଁଆ ଲୋକଙ୍କ ଉଠିବା ଆଗରୁ

ମାଛ ମାରି ଆଣିଦେବେ ସେଠାରୁ ।

ଚୁପଚାପ ହୋଇ ଖସି ଆସିବେ

ମନଭରି ମାଛ ଭଜା ଖାଇବେ ।

ନରିଆ ହାତରେ ଥିଲା ମୁଗୁରା

ବସାଇ ମାରିଲା ସେ ପଇଁତରା

ପୁରିଆ ନେଇଥିଲା ବଡଜାଲ

ଜାଲ ଫୋପାଡ଼ି ସେ ହେଲା ବେହାଲ

ପାରିଲାନି ଟାଣି ଫୋପାଡ଼ି ଜାଲ

ଭିଡିଭିଡି ହେଲା କି କଲବଲ ।

ନରିଆକୁ ଡାକି ବଡ ପାଟିରେ

କହିଲା ଜାଲକୁ ଟାଣ ଜୋରରେ ।

ଚେଷ୍ଟା ଦୁହିଁଙ୍କର ବ୍ୟର୍ଥ ହୋଇଲା

ପାଣି ଭିତରେ ପଶିବାକୁ ହେଲା ।

ପଙ୍କରେ ଭରିଥିଲା ସେ ପୋଖରୀ

ଖସିଗଲା ଗୋଡ ଛାଡିଲେ ହୁରୀ ।

ଧଣ୍ଡ ସାପଟିଏ କେଉଁଠି ଥିଲା

ଦୁହିଁଙ୍କ ଆଡକୁ ମାଡି ଆସିଲା ।

ବଞ୍ଚାଅ ବଞ୍ଚାଅ ଛାଡିଲେ ରଡି

ଗାଁ ଲୋକ ତହୁଁ ଆସିଲେ ମାଡି ।

କି ହେଲା କି ହେଲା ବୋଲି ବୋଇଲେ

ପାଟିଖନି ମାରି ଗଲା ହାଉଲେ ।

କହିଲେ ଦେଖିଲୁ ଭୂତ ଦିଭାଇ

ବଞ୍ଚାଅ ଆମକୁ ଏଠୁ ଗୋସାଇଁ ।

ଜାଲ ମୁଗୁରାକୁ ଛାଡି ସେଠାରେ

କାନମୁଣ୍ଡା ଆଉଁଷିଲେ ଯେ ଧିରେ ।

ମନକଥା ତାଙ୍କ ମନେ ରହିଲା

ଚୋରୀର ମାଛ ଖାଇବା ନୋହିଲା ।

ଘରକୁ ଫେରିଲେ ଖାଲି ହାତରେ

ବେନି ଭାଇ ଭଲ ଶିକ୍ଷା ଲଭିଲେ ।

କାନମୋଡି ହୋଇ ପ୍ରତିଜ୍ଞା କଲେ

ଚୋରି ଛାଡି ପରିଶ୍ରମ କରିଲେ ।


Rate this content
Log in