Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LAXMAN KUMAR BEHERA (ଯତି)

Romance

3  

LAXMAN KUMAR BEHERA (ଯତି)

Romance

ପ୍ରେମ ପୋଥି

ପ୍ରେମ ପୋଥି

1 min
6.9K


ପୃଥ୍ବୀ ଅବା ମୋତେ

ଆଉ କେତେ ଦିନ

ବାନ୍ଧିକି ରଖିବ ପ୍ରିୟା,

ତୁମ ପ୍ରତିକ୍ଷାରେ

ଅଜାଡି ଦେଇଛି,

ସମଗ୍ର ଜୀବନ

ଥିଲା ଯାହା କିଛି ।

ହେବ ବୋଲି ଶେଷ ସାହା •••

ମୃତ୍ୟୁ ହେବ ମୋର

ଶେଷ ମହୋତ୍ସବ

ଆସିବ ସଜନୀ ଦେଖି,

ମୋ ଶବ ଉପରେ

ପୁଷ୍ପ ମାଳା ଦେଇ,

ଥରୁଟେ କାନ୍ଦିବ

ଲୋତକ ଝରାଇ ।

ସରଗ ଲଭିବି ସଖୀ •••

ବାଟେଇ ନେବ ଗୋ

ଅଧ ବାଟ ଯାଏଁ

ପର ଭାବିବନି ମନେ,

ତୁମକୁ ଜଗତ

ମନେ ରଖିବ ଗୋ,

ସବୁ ସ୍ମୃତି କଥା

ଲେଖି ଯାଉଛି ଗୋ ।

ବଞ୍ଚିଥିବ ପ୍ରତି ପ୍ରାଣେ •••

ବିଦାୟ ଦେବ ଗୋ

ଆନନ୍ଦ ପ୍ରାଣରେ

ଗଲେ ମୁଁ ଶ୍ମଶାନ ଘାଟ,

ଫେରିବିନି ଆଉ

ତୁମ ପ୍ରଦେଶକୁ,

ଗୋପନରେ କେବେ

ସାଥେ ମିଶିବାକୁ ।

ଭୁଲିଯିବ ମୋର ବାଟ •••

ପାଦ ଚିହ୍ନ ଯେବେ

ଲୁଚି ଯିବ ମୋର

ନଈ କୂଳ ଶ୍ମଶାନରେ,

ସେଦିନ ଜାଣିବ

ହୃଦୟ ତୁମର,

କେହି ଜଣେ ଏତେ

ଥିଲା ମୋ ନିଜର ।

ଲେଖି ଗଲା ଡାଏରୀରେ •••

ମାନ ସମ୍ମାନ ମୋ

ଲୋଡା ନାହିଁ କିଛି

ପ୍ରାଣ ମୋର ଚିତ୍ର-ଲେଖା,

ଏକାକୀ ପଥିକ

ହେବି ନିଜେ ଦିନେ,

କଷ୍ଟରେ ଜୀଇଁବି

ପଶ୍ଚିମ ଜୀବନେ ।

କହେ ମୋର ଭାଗ୍ୟ ରେଖା •••

କବି କୁଟୀର

ଶ୍ରୀ ଲକ୍ଷ୍ମଣ କୁମାର ବେହେରା (ଯତି)

ଦଣ୍ଡାସିଂହା,ବାରକୋଟ

ଦେବଗଡ (ଓଡିଶା)

ମୋ- ୦୯୬୬୮୨୪୨୭୨୦

 


Rate this content
Log in

Similar oriya poem from Romance