Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Lenka

Others

2  

Chittaranjan Lenka

Others

ଚିତ୍ତ ଚୋର

ଚିତ୍ତ ଚୋର

1 min
6.9K


ଘନ ଅନ୍ଧକାର       ବରଷା ରାତିରେ

ରୁଦ୍ଧ କାରାଗାର ଘରେ

ଜନମ ନେଲୁ ତୁ      ଦେବକୀ ଗର୍ଭରୁ

ରହିଲୁନି ତା ପାଖରେ(1)


କହନ୍ତି ସଭିଏଁ          କଂସର ଭୟରେ

ଲୁଚିଲୁ ନନ୍ଦ ଗୃହରେ

ଏ କଥା ଶୁଣିଲେ       ଭାରି ହସ ଲାଗେ

ଲଜ୍ଜ୍ୟା ବି ଆସେ ମନରେ(2)


ଯା’ର ଇଙ୍ଗିତରେ    ସମୟ ବି ଟିକେ

ନ ପାରେ ଆଗକୁ ଯାଇ

 କଂସ ଅଟେ ଛାର    ଏ ବିଶ୍ୱ ମଣ୍ଡଳ

ଶକ୍ତିହୀନ ହୋଇ ଥାଇ(3)


ରସିକ ପ୍ରବର         ପ୍ରେମର ସାଗର

ଅଟେ ଯିଏ ଚିତ୍ତଚୋର

ରାସଲୀଳା କରି      ସଭିଙ୍କୁ ମୋହିବ

ଦୁଃଖ କରିବାକୁ ଦୂର(4)

ତୋତେ କେ ବୁଝିବ  ଆରେ କଳାକାହ୍ନୁ

ତୁ ତ ଭାରି କପଟିଆ

ସେମିତି ତୋ ଦେଖା ନ ମିଳିଲା ନାହିଁ

ସପନରେ ଟିକେ ଆଆ(5)


ଚିତ୍ତ ରଞ୍ଜନ ଲେଙ୍କା (କଟକ)©


Rate this content
Log in