ମା...
ମା...
ମା….
____________________________
ଦେବଙ୍କୁ ଦୁର୍ଲ୍ଲଭ ଅଟେ ମାଁ’ର ମମତା,
ଝରଣା ସମ ତା’ ସେନେହ ଚିରସ୍ରୋତା ।
କଥାପଦେ ତା' ମୁହଁରୁ ଅମୃତ ସମାନ,
ସଂଜିବନି ପ୍ରାୟେ ପିଣ୍ଡେ ସଂଚରଇ ପ୍ରାଣ ।
ମାଁ’ ର ଆଶିଷ ସତେ ଅଦୃଶ୍ୟ କୁହୁକ,
ଜୀବନରେ ଭରିଦିଏ ଅଭୟ ପୁଲକ ।
କେତେ ଝଡ଼ଝଞ୍ଜା ସହେ ମାଁ’ ଆମ ପାଇଁ,
ମାଁ’ଠାରୁ ବଳି ଜଗତେ କେହି ନାହିଁ ।
ଥରୁଟିଏ ତା' କୋଳରେ ରଖିଦେଲେ ମଥା,
ଲିଭିଯାଏ ଦୁଃଖ କଷ୍ଟ ହଜିଯାଏ ଚିନ୍ତା ।
ହେଉ ମୁଠିଏ ପଖାଳ ଅବା ଖିରି ପୋଳି,
ମାଁ’ ହାତ ବ୍ୟଞ୍ଜନ ସତେ ନିର୍ମାଲ୍ୟଠୁଁ ବଳି ।
ତା' ଗାଳିରେ ଲୁଚିଥାଏ ଅପାର ଯତନ,
ସର୍ବଂସହା ଜନନୀ ସେ ସବୁଠୁ ମହାନ ।
ଆସ ଆଜି ତା' ଚରଣେ ମଥାକୁ ନୂଆଇଁ,
ଜଗତ ଜିଣିବା, ମାଁ ପାଦ ଧୂଳି ନେଇ ।
_____________________________
© ଉମା ଶଙ୍କର ସାହୁ