ଛୁଆଁ
ଛୁଆଁ
ତରଳି ଯାଏ ପଥରର ଟାଣ ଦେହ
ଜଳର ପ୍ରେମଭରା ଛୁଆଁରେ,
ମଜ୍ଜିଯାଏ ତରଙ୍ଗିଣୀ ମଧୁଗୀତି ଗାଇ
ଭୁଲିଯାଏ ମୁଣ୍ଡ ପିଟିବାର ଦୁଃଖ
ଜଳ ଭରା କୋମଳ ଦେହରେ ।
କିଏ କହେ ସେ ମମତାମୟୀ
ଅନ୍ଯପାଇଁ ଜନ୍ମତାର
ଦେଇ ଦେଇ ପାଲଟିଛି ଦେବୀର ପ୍ରତୀକ,
କିଏ କହେ ସେ ଏକ ମଧୁର ମୂର୍ଛନା
ଜୀବନର ଗୀତଗାଏ
କିଏ ସାଜେ ତା ପ୍ରେମରେ କବି ଅବା ଭାବୁକ ।
ସେ ବି ସାଜେ ବିଦ୍ରୋହିଣୀ
କୂଳ ଲଙ୍ଘେ ନିଜ ସୀମାର
ମମତ୍ବର ବୋଧ ତଳେ ଜାଗି ଉଠେ ସଂହାରିଣୀ
ତ ଛୁଆଁରେ ସର୍ଜି ଯାଏ
ଧ୍ବଂସର ତାଣ୍ଡବ
ଭୁଲି ଯାଏ ସେ ଦିନେ ଥିଲା ପାଳନକାରିଣୀ ।