Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bikesh Sahu

Romance

3  

Bikesh Sahu

Romance

ତୁମ ସ୍ପର୍ଶ

ତୁମ ସ୍ପର୍ଶ

1 min
6.8K


ଚକ ଚକ ଆକାଶରେ ଖେଳୁଥିଲା ବିଜୁଳି

ତାରି ସାଥିରେ ଥିଲା ତ

ମେଘ ମାନଙ୍କ ଗର୍ଜନ

ଝିପ ଝିପି ଝଡି ବର୍ଷା

ତା ସାଥିରେ ବହୁଥିଲା

ଶୀତଳ ପବନ

ଭିଜେଇ ଦେଇ ଥିଲା ତ ଆମ ଦୁହିଁକୁ

ସତରେ ସବୁ କିଛି ମୋ ପାଇଁ ତ

ଲାଗୁଥିଲା ବୋଧେ ଗୋଟେ ସ୍ୱପ୍ନ

ବିଜନ ସେଇ ରାସ୍ତାରେ

ଥିଲୁ ଖାଲି ତୁମେ ଆଉ ମୁଁ

ନ ଥିଲେ ତ ଆଉ କେହି

ଥିଲା ତ ଆକାଶରେ ମେଘ ଓ ବିଜୁଳି

ଭିଜୁଥିଲେ ଅବିରତ ସେଇ

ବରଷାର ଧାରେ ଧାରେ

ଦୁହେଁ ସାଥି ହୋଇ

ତୁମ ହାତେ ମୋ ହାତକୁ ରଖି

ହଜିଯାଇଥିଲି ଏକ ଭିନ୍ନ ଦୁନିଆରେ

ତୁମକୁ ପାଖରେ ପାଇ

ମୁଁ ତ ଆଉ ମୁଁ ହୋଇନ ଥିଲି

ଭୁଲି ସାରିଥିଲି ନିଜ ପରିଚୟ

ତୁମେ ହିଁ ତ ସାଜି ସାରିଥିଲ

ମୋ ଲକ୍ଷ୍ୟ ଓ ଉଦ୍ଦେଶ୍ୟ

ସତରେ ସାଥୀ ତୁମ ସ୍ପର୍ଶ ପାଇ

ହଁ ତୁମ ସ୍ପର୍ଶ ପାଇଁ....।।


Rate this content
Log in

Similar oriya poem from Romance