Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Romance

3  

ଓଡ଼ିଆ ଗଳ୍ପ ଓ କବିତା - ୩

Romance

ମୋ ନୀଳକଇଁ

ମୋ ନୀଳକଇଁ

1 min
6.9K


ଦଶରଥ ହେମ୍ବ୍ରମ

ଦିନ ପରେ ଦିନ ମାସ ପରେ ମାସ

ବିତି ଯାଇଥିଲା ସତେ,

ମନେମନେ କେତେ ଖୋଜୁଥିଲି ତୋତେ

ମିଳିଗଲା ଆଜି ମୋତେ ।।

କଥାରେ କଥାରେ ମନ ନେଲ କିଣି

କଲି ତୁମକୁ ନିଜର,

ମିଠା ମିଠା ଗପୁଗପୁ ହେଲା ପ୍ରେମ

ମିଶିଲା ଦୁଇ ଅନ୍ତର ।।

ମଝିରେ ମଝିରେ କଥା ହେଉହେଉ

କର କେତେ ଅଭିମାନ,

କାହିଁକି କେଜାଣି ଏମିତି ହୁଅ ଯେ

ପାଲଟେ ମୁଁ ମରୁ ଯାନ ।।

ଜାଣି ଶୁଣି କର ତୁମେ ଏୟା ବୋଧେ

ଲାଗେ ମୋତେ ଭାରି ଡର,

କେବେକେବେ ପୁଣି ତୁମେ ଚୁପ୍ ରୁହ

କାନ୍ଦି ଉଠେ ମୋ ଅନ୍ତର ।।

କଥାରେ କଥାରେ ପୁଣି ରୁଷିଯାଅ

ଦିଅ ମନରେ ଆଘାତ,

ତଥାପି ସହିଯାଏ ଅତି ସହଜେ

କରେ ତୁମକୁ ସ୍ବାଗତ ।।

ମରି ମରି ଯାଇଛି ଆଜି ମୁଁ ବଞ୍ଚି

କେବଳ ମୁଁ ତୁମ ପାଇଁ,

କେବେ ବି ଯିବନି ଦୂରେଇ ମୋ'ଠାରୁ

ତୁମେ ହିଁ ମୋ ନୀଳକଇଁ ।।

ଭାରପ୍ରାପ୍ତ ଅଧିକାରୀ, ବେଲଘର ଥାନା, କନ୍ଧମାଳ


Rate this content
Log in