Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational

3  

Sadananda Sahoo

Inspirational

ଵିଶ୍ଵ କ୍ରୀଡା ମହାସମର

ଵିଶ୍ଵ କ୍ରୀଡା ମହାସମର

1 min
367


ଵିଶ୍ଵ ଦରବାରେ କ୍ରୀଡା ସମରରେ 

   ଭାରତର  ମହାନିଷ୍ଠା , 

କ୍ରୀଡାବୀତ ମାନେ ମହାବୀର ଦର୍ପେ 

   ଦେଖାଇବେ ପରାକାଷ୍ଠା ! ! 


କ୍ରିକେଟ ସମର ସବୁରି ପ୍ରିୟର 

   ଦର୍ଶନେ ଦର୍ଶକ ପ୍ରୀତ , 

ଉତ୍କଣ୍ଠାର କ୍ରୀଡା ଭରେ ଉତ୍ସୁକତା 

   ହୃଦ ସ୍ପନ୍ଦନର ମିତ ! ! 


ଜାତୀୟତା ବୋଧ ହୁଏ ପ୍ରକଟିତ 

   ଭିନ୍ନତାର ନାହିଁ ପ୍ରଶ୍ନ , 

କ୍ରିକେଟ ସମରେ ଜିତିବା ଆଶାରେ 

    ସଭିଁଏ  ପଢନ୍ତି ମନ୍ତ୍ର ! ! 


ବିଦେଶ ମାଟିରେ କ୍ରୀଡାବିତ ହସେ 

   ଚଉକା ଛକା ଭିଆଇ , 

ତ୍ରିରଙ୍ଗାକୁ ଧରି ଦର୍ଶକ ବୋଲଇ 

   ମୁଁ'ଯେ ଭାରତୀୟ ଭାଇ ! ! 


ଵିଶ୍ଵକପ ନେଇ ଯିବୁ ଆମେ ଧାଇଁ 

   ସୁଦୂର ଭାରତ ଦେଶ , 

ବଢିବ ଗୌରବ  ବଢିବ ସମ୍ମାନ 

   ରଚିବୁତ  ଇତିହାସ ! ! 


ବିପକ୍ଷ ଦେଶକୁ ହରାଇ ଦେବାକୁ 

    ଆମରତ  ଅଛି ବଳ , 

ବୋଲିଙ୍ଗି ବ୍ୟାଟିଙ୍ଗି ପରଖି ନିରିଖି 

    ଖେଳିବୁତ ଆମେଖେଳ ! ! 


କୋଟି ଜନଗଣ କରନ୍ତିତ ପଣ 

   ଦେଶଜିତୁ  ଆମବାଜି , 

ଧୋନୀ ଯୁବରାଜ ଗମ୍ଭୀର ବିରାଟ 

    ସରାଗେ ଉଠନ୍ତୁ ଗର୍ଜି ! ! 


ଉଥାପା ଚହଲ  ପାଣ୍ଡିଆ ହାର୍ଦ୍ଧିକ

    ରଣକ୍ଷେତ୍ର ବଳବାନ 

ୟୁସୁଫ ପଠାନ  ଜାହିର ଖାଆନ 

   ଢାଲିଦେବେ ମନପ୍ରାଣ ! ! 


ଭାରତ ଦେଶର କ୍ରିକେଟ ଯବାନ 

   ଵିଶ୍ଵ ଦରବାରେ ଖ୍ଯାତ, 

ଦେଶ ମାତୃକାର ସୁଯୋଗ୍ୟ ସନ୍ତାନ 

   ଗୌରବରେ  ବିମଣ୍ଡିତ ! ! 


ଜାତୀୟ ପତକା ତ୍ରିରଙ୍ଗାର ଝଣ୍ଡା 

   ଉଡିବ ବିଜୟ ପଣେ , 

ଵିଶ୍ଵ ବିଜୟିନୀ ହେଉମାଆ ଭାରତୀ 

   କ୍ରୀଡା ସମର'ର ରଣେ ! ! 



Rate this content
Log in

Similar oriya poem from Inspirational