Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amulya Kumar Panda

Romance

2  

Amulya Kumar Panda

Romance

ବୟସର ଅପରାହ୍ନେ

ବୟସର ଅପରାହ୍ନେ

3 mins
1.3K


ବୟସର ଅପରାହ୍ନେ

-------------------------------------

ତୁମେ ବୋଧେ ଭାବୁଥିବ 

ମୁଁ ତୁମକୁ ଭୁଲି ଯାଇଛି ,

ନା' ମୋଟେ ନୁହେଁ ! 

ଏବେ ବି ମୋ' ହୃଦୟରେ 

ସ୍ପନ୍ଦନ ହୋଇ ରହିଛ 

ଆଉ ଏ ଶରୀରରେ 

ଶେଷ ନିଃଶ୍ୱାସ ଥିବାଯାଏ 

ରହିଥିବ ମଧ୍ୟ୍ୟ । 

ଏ ନିଷ୍ଠୁର ସମାଜ ସିନା 

ଆମ ପବିତ୍ର ପ୍ରେମକୁ 

ବୁଝି ପାରିଲାନି ...

ନା' ତୁମେ ପିନ୍ଧିଲ ବଉଳ ପାଟ 

ନା' ମୁଁ ଦୋଳ ମୁକୁଟ 

ସବୁ ଆଶା ଶୂନ୍ୟ ହୋଇ 

ଆଶାରେ ହିଁ ରହିଗଲା । 

ଏବେ ଆସୁନା .......

ଏ ବୟସର ଅପରାହ୍ନେ 

ପରସ୍ପରକୁ ବରିନେବା 

ବହୁଦିନର ଇଚ୍ଛାକୁ 

ପୂର୍ଣ୍ଣ କରିନେବା 

ଏ ଛତୁ ଫୁଟା ବୟସରେ 

ଖାଲି ଟିକେ ଦୁଃଖ ସୁଖ ହେବା 

ଯେଉଁଠି ନଥିବ 

ସମ୍ଭୋଗର ଲାଳସା 

ନା' ସନ୍ତାନ ପ୍ରାପ୍ତିର ଆଶା 

କେବଳ ଥିବ ସାତ୍ତ୍ଵିକ ପ୍ରେମ 

ଇତିହାସରେ ଲିପିବଦ୍ଧ ହେବା ଭଳି । 

----ଅମୂଲ୍ୟ କୁମାର ପଣ୍ଡା ----

--- ଅରଙ୍ଗାବାଦ୍ , ବରୀ, ଯାଜପୁର ---


Rate this content
Log in

Similar oriya poem from Romance