Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Others

3  

Writer Roja Panda

Others

ଏକାନ୍ତ

ଏକାନ୍ତ

1 min
7.0K




ଦୁଃଖ ବଗିଚାରେ ଝରାଫୁଲ ସାଉଁଟିବା ବେଳେ

କାହିଁକି ଆସିବାପାଇଁ ହେଲ ତୁମେ ଅଥୟ ,

ସେଇଥିପାଇଁ ତ ମୋ ପାଦର କଣ୍ଟାଘାତରେ

ରକ୍ତାକ୍ତ ହେଲା ତୁମ ହୃଦୟ...................


ଓଃ ଭାରି କଷ୍ଟ ଲାଗେ ସତରେ ମତେ ଏ ଜୀବନ

ବହିଯାଏ ମଳୟ ସମୟ କାଳରେ କାଳ ବୈଶାଖୀର କୋଳେ

ମାରୁପ୍ରାନ୍ତେ ଶୁଖିଯାଏ ହିମକୃତ ହୃଦୟର ଧାର

ବିପର୍ଯ୍ୟସ୍ତ ହୋଇଯାଏ ଅମାନିଆ ମନ........................


ନେବାପାଇଁ ତୁମେ ଆସିଲ ଯେ ମୋର ଦୁଃଖ ଫୁଲମାଳ ପସରା

ବିଞ୍ଚିଦେବାପାଇଁ ଲେଉଟାଣି ବେଳେ

ବିଦଗ୍ଧ ହୃଦୟ ଆଶ୍ୱାସନା ଆଉ

ସିଞ୍ଚିଦେବାପାଇଁ କେଇବୁନ୍ଦା ପୀୟୂଷ ବରଷା ଧାରା......................


ଏମିତି ଏକ ସମୟ ଆସେ ଅକସ୍ମାତ କେଇ ମୁହୂର୍ତ ପାଇଁ

ଦୁଃଖ ଆସେ ସୁଖ ଫୁଲ ନେଇ

ଦୂରରେ ବୋହୁଥିବା ପବନ ଆଉ ନଦୀ

ଧାଇଁ ଆସନ୍ତି ସ୍ନେହ ମମତାର ଏକାନ୍ତ ନିଜର ହୋଇ ...............


ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର, ମଧୁପାଟଣା

କଟକ-753010

E Mail-roja.saumya@gmail.com


Rate this content
Log in