ଗୁରୁ
ଗୁରୁ
ସ୍ନେହ ଯା ଗଭୀର ସମୁଦ୍ରଠୁ ବଳି
ଯିଏ ତ କୃପାର ସିନ୍ଧୁ
ସିଏ ଯେ ବୋଲାଏ ଗୁରୁ ପଦବାଚ୍ୟ
ଦେଶର ପ୍ରକୃତ ବନ୍ଧୁ ।।
ଘନ ତମସାରୁ କଢାଇ ସେ ପଥ
ଜ୍ଞାନର ଆଲୋକ ଜାଳେ
ସମଗ୍ର ଭୂବନ ଆଲୋକିତ କରେ
ନିଜ ଜ୍ଞାନ ଶକ୍ତି ବଳେ ।।
ନିଜେ କଷ୍ଟ ସହି ଅପରକୁ ଗଢେ
ଦେଇ ସେ ଯେ ଦିବ୍ୟ ଜ୍ଞାନ
ଲଭି ସେଇ ଜ୍ଞାନ ଛାତ୍ରଛାତ୍ରୀ ଗଣ
ରଖନ୍ତି ଦେଶର ମାନ ।।
ଦେଶ ଗଠନର ଦାୟିତ୍ଵକୁ ବହି
ଚାଲେ ଯେ ବନ୍ଦୁର ପଥେ
ଶତ ପ୍ରଣିପାତ ସେଇ ଗୁରୁ ପାଦେ
ଆଶିଷ ଥାଉ ମୋ ସାଥେ ।।
ଶିବାନନ୍ଦ ବନଛୋର