Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Neelima Nivedita Behera

Others

2  

Neelima Nivedita Behera

Others

ମୁଁ କେତେ ମିଠା ?

ମୁଁ କେତେ ମିଠା ?

1 min
6.4K


ମୁଁ କେତେ ମିଠା ?

କିଏ ଦେଇପାରିବ ତା'ର ଗୋଟେ ସଠିକ୍ ଚିଠା ?

ପଚାରିଲି ସାଗରକୁ...

ଫେରେଇଲା ସେ ସରୁବାଲି ମିଶା ଆଞ୍ଜୁଳାଏ ଲୁଣି ଜୁଆର ।

ପଚାରିଲି ଆକାଶକୁ...

ଫେରେଇଲା ସେ ମେଘ ମିଶା ଦୁଇ ବୁନ୍ଦା ଲୁହ ଦୁଇ ଧାର ।

ପଚାରିଲି ଧରଣୀକୁ...

ଫେରେଇଲା ସେ ଧୁଳି ଧୂସରିତ ମୁଠାଏ ଦେହର ଅଧାର ।

ପଚାରିଲି ଫୁଲକୁ,

ପଚାରିଲି ଭ୍ରମରକୁ,

ପଚାରିଲି ବି

ପବନ, ସପନ ଓ

ବିତି ଯାଇଥିବା ମୋ ତିରିଶଟା ଫଗୁଣକୁ...

ନା ନା ଉତ୍ତରରେ ଭିନ୍ନ ଭିନ୍ନ ପଟାନ୍ତର

ଜାଣି ହେଲାନି କିନ୍ତୁ

ମୋ ମିଠାପଣର ଆପାତତଃ ପରିମାଣ !

ସତରେ ! ମୁଁ କେତେ ମିଠା ?

କିଏ ଦେଇପାରିବ ତା'ର ଗୋଟେ ସଠିକ୍ ଚିଠା ?


Rate this content
Log in