Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Jena

Others

3  

Debabrata Jena

Others

ଆତ୍ମସମୀକ୍ଷା

ଆତ୍ମସମୀକ୍ଷା

1 min
348



ସମୟର ଅଫେରା ସୁଅରେ


ନିଜ ଅତୀତକୁ ବନ୍ଧା ପକାଇ


ଅସ୍ତିତ୍ବ ଖୋଜୁଛି ଏ ଜୀବନ.....


ଛଳନାର କୁହୁଡ଼ିରେ ପହଁରି ପହଁରି


ଅହମିକାର ଚାଦର ତଳେ


ନିତି କରୁଛି ବି ଅନୁଧ୍ୟାନ....(୧)


ମିଥ୍ୟା ପ୍ରତାରଣାର ବୁଢ଼ୀଆଣି ଜାଲରେ


ବୁଣି ଚାଲିଛି ବୀଜ ଅବିଶ୍ୱାସର.....


ଆଉ ଓଠ ବି ଝରାଉଛି


ଚେନାଏ କୃତ୍ରିମ ହସ


ଅହମିକା ଓ ସମ୍ଭ୍ରାନ୍ତପଣିଆର.......(୨)


ଆତ୍ମକୈନ୍ଦ୍ରିକତାରେ ମୋହାବିଷ୍ଟ ହୋଇ


କରୁଛି ବି ଚଞ୍ଚକତା


ସାମୂହିକ ସ୍ୱାର୍ଥରେ....


ଆଉ ଠକି ଚାଲିଛି ନିଜକୁ ,


ପରିବାରକୁ,ସମାଜକୁ


ଆତ୍ମସମୀକ୍ଷା କରିବାର ପ୍ରବଞ୍ଚନାରେ.... (୩)



ଦେବବ୍ରତ ଜେନା


ସହକାରୀ ଶିକ୍ଷକ


ରଣସିଂହପୁର ଆଶ୍ରମ ,ଭୋଗରାଇ, ବାଲେଶ୍ଵର


ଭ୍ରାମ୍ୟଭାଷ:୯୫୮୩୧୩୮୫୩୩


Rate this content
Log in