ମାନସ ପଟରେ ଦିବା
ମାନସ ପଟରେ ଦିବା
ପଙ୍କଜିନୀ ଉପାଧ୍ଯାୟ { ମିତା }
ଅରଙ୍ଗାବାଦ
..............
ଘଣ୍ଟର ଶବଦ ଦୁମ୍ ଦୁମ୍ ନାଦ
ତା'ସାଥେ ବିଜ୍ଞାନ ବାଦ୍ୟ
ହାତ ଘଣ୍ଟି ପୁଣି ସଭିଙ୍କ ହାତରେ
କୁବୁଜି ତାଳର ଶବ୍ଦ।
ବ୍ରାହ୍ମଣର ହସ୍ତେ ଆଳତୀ ଦୀପାଳି
ସ୍ଫୁରେ ଓଷ୍ଠୁ ମହାମନ୍ତ୍ର
ଚକ୍ଷୁରେ ପୂରିତ ଭକ୍ତି ରସାମୃତ
ଭକ୍ତିରେ ଅଭିମନ୍ତ୍ରିତ।
ଭକ୍ତଭାବ ରଙ୍କା ଭକ୍ତ ହୃବ ଡକା
ଚକ୍ଷୁ ତାର ବିସ୍ଫାରିତ
ବରଦାତା ଜଗା ହରିଦେବ ଦୁଃଖ
ଭକ୍ତ ହୋଇଲେ ଆଶ୍ରିତ।
ସନ୍ଧ୍ୟା ଆଗମନୀ ଅତିକ୍ରାନ୍ତ ପୁଣି
ଦିବସ ଯାଇଛି ହଜି
ଶବ୍ଦ ଗହଳିରେ ହଜିଛି ସମୟ
ମାନସରେ ଅଛି ମଜ୍ଜି।
ସଜ୍ଜିତ ସ୍ମୃତିର ରୋମନ୍ଥନ କରି
ପ୍ରତିଶ୍ରୁତିବଦ୍ଧ ମତି
ଗୁଳଗୁଳି ତାପ ପ୍ରବଳ ପ୍ରତାପ
ଶରୀରେ ଅଗ୍ନିର ତାତି।
ଯନ୍ତ୍ରଣାର ସ୍ବର ହୃଦୟର ସ୍ବର
ବର୍ଷା ହୋଇ ନାହିଁ ଆଜ
ଡହ ଡହ ଖରା ଶଶାଗରା ଧରା
ପ୍ରଚଣ୍ଡ ସୂର୍ଯ୍ୟଙ୍କ ତେଜ।
ବାରୁଦର ଗନ୍ଧ ତଥାପି ଆନନ୍ଦ
ଶିଖିବା ସଙ୍ଘର୍ଷ କଳା
ସ୍ମୃତି ପଦଧ୍ବନି ସଙ୍ଘର୍ଷ ଜୀବନୀ
ସବୁ ଇଚ୍ଛା ନନ୍ଦ ବଳା।
ସମୟର ଧାରେ ସ୍ରୋତର ଗତିରେ
ଅତିକ୍ରାନ୍ତ ସବୁ ସ୍ମୃତି
ନ ଦେଉ ପୁଲକ ହେଉ ଅନୁଭବ
ଶିଖାଉ ଜୀବନ ସ୍ଥିତି।
ଦିବସ ମାନସ ବର୍ଣ୍ଣିବାର ରସ
କାଳିମା କାଳିମା ଲାଗେ
ସ୍ବାଗତ ସଙ୍ଗୀତ କାଳିମା ମୋ ମିତ
ବିପଦେ ସ୍ମୃତିରେ ଜାଗେ।
ବେଦନାର ଦାହ ଅପସରି ଯାଏ
ଚେତନା ଚୈତନ୍ୟମନା
ଭିଜିବାର ବେଳେ ଦୁଃଖର ସାଗରେ
ମନ ନୁହେଁ ଆନମନା।
ଜଗତର ମିତ ଜଗତର ହିତ
ହେଉ ସର୍ବ କାଳେକାଳେ
ଏ ଶରୀର ଆତ୍ମା ହଜିଯାଉ ପଛେ
ମୃତ୍ୟୁର କରାଳ ଡାଳେ।