ଏଣୁତେଣୁ
ଏଣୁତେଣୁ
ଛୁଇଁବାକୁ ସ୍ପର୍ଶ ନୁହେଁ
ଯଥେଷ୍ଟ ଥିଲା ନିରିମାଖି ଶବ୍ଦ କେଇଟା
ତୁମେ କ୍ଷମା ଦେଲାବେଳେ କିନ୍ତୁ
ନିର୍ଦ୍ଧିିଷ୍ଟ ଦଣ୍ଡ ଖୋଜୁଥିଲା ଏଇ ମୋ ମନଟା ।
ତୁମ କ୍ଷମା ମୋତେ ପର କରୁଥିଲା
ଆଉ ଲୁହକୁ ମୋ ଆପଣାର
ତୁମେ ନିରବି ଗଲାବେଳେ
ମନ ଅଗଣାରେ ଶବ୍ଦମାନେ କିନ୍ତୁ
ଖେଳୁଥିଲେ ଲୁଚକାଳି ଖେଳ ।
କାହିଁକି, କେବେ, କେମିତି ଓ କଉଠି
ହଜିଥିଲା କ'ଣ ମୋର
ଯାହାକୁ ମୁଁ ଖୋଜେ ନିତିଦିନ ?
ସମ୍ପର୍କକୁ ବନ୍ଧନ ଓ ପ୍ରେମକୁ ଜୀବନ କହି
ଯେତେଥର ଯୋଡ଼ିହେଲି ଫେଡିହେଲି
କୁଢ କୁଢ ବେଦନା ଓ ଯାତନା
ଭାଗଶେଷରେ ପାଇଲି କେବଳ ।