Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Romance

2  

Abhakanta

Romance

ହସ ଫିକିଫିକି ମଲ୍ଲୀ ଫୁଲେ ଦେଖି

ହସ ଫିକିଫିକି ମଲ୍ଲୀ ଫୁଲେ ଦେଖି

1 min
7.2K


ହସ ଫିକିଫିକି ମଲ୍ଲୀ ଫୁଲେ ଦେଖି

 

ଆଭାକାନ୍ତ ମହାନ୍ତି

 

ହସ ଫିକିଫିକି ମଲ୍ଲୀ ଫୁଲେ ଦେଖି

       ସ୍ମୃତି ଧିକିଧିକି ଜାଳେ ମଥା,

ଇଚ୍ଛା ଢୋକି ଢୋକି ଫେରିଥିଲି ସିନା

       ଏଡ଼ି ଟିକି ଟିକି ତୁମ କଥା । ୦ ।

 

ଏବେ ଅବସର ଅସହ୍ୟ ଅତି ଗୋ

       ଦିବସ କାଟଇ କାମ ଆଳେ,

ସଙ୍ଗ ମେଳାପରେ ମନ ଲାଗୁନାହିଁ

       ମନ ଉଡ଼େ ଦୂର ମେଘତଳେ,

ତୁମ ଚିକିଚିକି ରୂପେ ମନ ଲାଖେ

       ଯାଏ ଭିଜି ଭିଜି ଆଖିପତା । ୧ ।

 

ଛାଇ ଦେଖି ଏବେ ହୁଏ ଆନମନ

       ହାଇ ପରେ ହାଇ ଆସେ ଖାଲି,

ଥାପୁଡ଼େଇ ମନ ବୁଜିଲେ ପଲକ

       ଆଖି କହେ ନିଦ ଗଲି ଭୁଲି,

ଏବେ ଠିକି ଠିକି ଶିଖୁଛି ସିନା ଗୋ

       ଲାଗେ ଝିକିଝିକି ଆନ ଚିନ୍ତା । ୨ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in

Similar oriya poem from Romance