ମୋ ଜୀବନ ସାଥି
ମୋ ଜୀବନ ସାଥି
ପ୍ରେମ ଦୁନିଆରେ ଯେବେ ହଜିଥିଲି
ଆସିଥିଲ ପାଶେ ତୁମେ
କାହିଁକି କେଜାଣି ଏହି ହୃଦୟରେ
ବାନ୍ଧିଥିଲ ତୁମ ପ୍ରେମେ
ପ୍ରେମ ଦୁନିଆଟା ସୁନ୍ଦର ବୋଲି ମୁଁ
ଯେଉଁ ଦିନୁ ଜାଣିଗଲି
ତୁମରି ପ୍ରେମରେ ଅହରହ ପ୍ରିୟା
ନିଇତି ବୁଡି ରହିଲି
ପ୍ରେମ ରଙ୍ଗ ଆଗେ ଆକାଶର ରଙ୍ଗ
ନିଶ୍ଚେ ପଡିଯିବ ଫିକା
ସେପାଇଁ ତୁମକୁ ନିଜର କରିଲି
ରହିବିନି ବୋଲି ଏକା
ହୃଦୟରେ ମୋ'ର ରଖିଛି ତୁମକୁ
ଗଣି ଦିନ ବାର ତିଥି
ଜନ୍ମ ଜନ୍ମାନ୍ତର ତୁମ ସାଥେ ଥିବି
କରି ମୋ ଜୀବନ ସାଥି ।
◆ କେ.ନିର୍ମଳ
◆ ଭଦ୍ରକ, ବାସୁଦେବପୁର(ଜଗନ୍ନାଥି)