ଜୀବନ ଗୀତା-୨୦୨
ଜୀବନ ଗୀତା-୨୦୨
1 min
6.7K
ଜୀବନରେ ପତ୍ରଝଡା
ଋତୁ ଯେବେ ଆସେ
କୋଳାହଳ ଶୁଭେନାହିଁ
ଆଉ ଚଉପାଶେ ॥୦॥
ଜୀବନର ଚିତ୍ର ଯେଣୁ
ଦିଶେ କଦାକାର
କିଏବା କାହିଁକି ଆଉ
କରିବ ଆଦର
କୋଇଲି ଗାଏନା ଫୁଲବି ଫୁଟେନା
ମହକେନା ଚଉପାଶ
ମଳୟ ସୁବାସେ ॥୧॥
ଆକୁଳେ ଜୀବନ ସିନା
ରହିଥାଏ ଚାହିଁ
କାଳେ ଅବା ଅସମୟେ
ଆସିଯିବ କେହି
ଦୁଃଖୀ ମନକଥା ଅନ୍ତରର ବ୍ୟଥା
ଘଡିଏ ପହରେ ବସି
ଶୁଣିବା ସକାସେ ॥୨॥