ଚଞ୍ଚଳା
ଚଞ୍ଚଳା
1 min
6.8K
ଦେଖିଥିଲି ଚଞ୍ଚଳାଙ୍କୁ ସେ
ଝାଟିମାଟି ଘରର ପ୍ରତି କୋଣେ
ଦାଣ୍ଡ ଦୁଆର ଝୋଟି ଚିତା ପାଖେ
ଅଗଣାରେ ତୁଳସୀ ଚଉରା ମୂଳେ
ସକାଳେ ପାଣି ଦେବା ବେଳେ
ସଞ୍ଜରେ ସଞବତୀ ବେଳେ ।
ଚାଳ ଛପରର ସେ ଘର
ଥିଲା ପୁରିଲା ପୁରିଲା
ରୁଣୁଝୁଣୁ ଚୁଡି ଶବ୍ଦରେ
ପାଉଜିର ସ୍ୱର ଝଙ୍କାରରେ
ଆଠ ଶାବକଙ୍କ କଳରବରେ
କେବେ କାନ୍ଦରେ କେବେ ହସରେ ।
ମହକୁଥିଲା ଆରିଷା କାକରାରେ
ହାଣ୍ଡିଶାଳଠୁ ବାହାର
ଘର ଥିଲା ଗୋଟେ ମନ୍ଦିର ।
ଝୁରୁଛି ସେ ଦିନକୁ ଅଭୁଲା ସ୍ମୃତି
ଆଖିରେ ଆଣିଦିଏ କିଛି ତାତି ପାଣି
ଓଠଧାରେ ହସର ଗାର
ଖୋଜୁଛି ମୁଁ ମୋର ସେଇ ଘର ।।
ପଦ୍ମାଳୟା