ମୋତେ କେଉଁ ଅସ୍ତ୍ରରେ ମାରିବ ମାର
ମୋତେ କେଉଁ ଅସ୍ତ୍ରରେ ମାରିବ ମାର
ମୋତେ କେଉଁ ଅସ୍ତ୍ରରେ ମାରିବ ମାର
ଉମାକାନ୍ତ ରାଉତ (ଅରୂପ)
ମୋତେ କେଉଁ ଅସ୍ତ୍ରରେ ମାରିବ ମାର
ମୋ ହାତରେ ଭଲପାଇବାର ତୀର ଓ ତୂଣୀର
ମୋ`ର ସୀମା ଆକାଶର ଅସୀମ ନୀଳିମା
ସମୁଦ୍ରର ବେସାଲିସ୍ ଢେଉ,ମୋ` ପ୍ରମତ୍ତତା
ସ୍ଥିର ହିମାଳୟ, ମୋ ଛାତି ଉଚ୍ଚତା ।
ଦେହର ସେପଟେ
ମୁଁ କଥାହୁଏ,ନିଃଶବ୍ଦର ଶବ୍ଦରେ
ମୋ` ଦେହର ସମାଧିକୁ ଦେଖ
ଉଈ ଚରିଯାଇଥିବା ଜୀବନ ବେଦୀରେ
କେମିତି ଉଠିଛି ତୁଳସୀ ଗଛଟେ !
ଏବେ ମୋତେ କେଉଁ ଅସ୍ତ୍ରରେ ମାରିବ ମାର
ହେଏ...ଇ...ଇ...ଈ...ଧୂ..ର...
ସରଗର ନିଆରା ତାରାକୁ ଦେଖ
ଫୁଲିଉଠିଥିବା ଉର୍ମିକୁ ଦେଖ
ସେଇ ତାରାର ଜକଜକ ହସ
ମୋ ମାନସ
ସମୁଦ୍ରର ବୁକୁଚିରି ଫୁଟିଥିବା ପଦ୍ମ
ମୋ`କବିତା ଏକାନ୍ତ ମୁହୂର୍ତ
କାଳର କପାଳରେ ଝଟକୁଥିବା ଝୋଟି
ମୋ`ଛାତିର ସାଂଜୁ
ହାତର ଢାଲ,
ମଥାର ଶିରସ୍ତ୍ରାଣ
ମୋତେ କେଉଁ ଅସ୍ତ୍ରରେ ମାରିବ ମାର
ମୋ` କବିତାର ଶକ୍ତ ଆହୁଲା
ମୋତେ ଫେରେଇ ଆଣିବ କୂଳକୁ
ପ୍ରତିଟି ଷ୍ପନ୍ଦନର ମୂଳାଧାରକୁ
ନିଜ ଭିତରେ ନିଜେ ବାରବାର
ନିରୁବ୍ଦିଷ୍ଟ ହେଉଥିବା
ଚୁନି ଚୁନି ଶବ୍ଦ ବୈଦୁର୍ଯ୍ୟଙ୍କ ମେଳାକୁ...