Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmalaya Mishra

Others

3  

Padmalaya Mishra

Others

ଋତୁ ବଦଳୁଛି ବଦଳୁଥିବ

ଋତୁ ବଦଳୁଛି ବଦଳୁଥିବ

1 min
6.5K


ଋତୁ ବଦଳୁଛି ବଦଳୁଥିବ

ଆଜି ଯିଏ ନିଜର କାଲି ପର ହେବ

ଅଚିହ୍ନା ଅଜଣା କେହି ଆପଣା ପାଲଟିବ

ହଁ ଋତୁ ବଦଳୁଛି ବଦଳୁଥିବ ।

କିଛି ସ୍ଵପ୍ନ ସତ ହୁଏ କିଛି ରହେ ସ୍ଵପ୍ନରେ

ବାସ୍ତବ ଘେରିଥାଏ ଚତୁର୍ଦିଗ

ସ୍ଵପ୍ନ ରହେ ଆଖିରେ

ସମୟ ଓ ଭାଗ୍ୟ ସ୍ଵପ୍ନକୁ ବାସ୍ତବ କରିବ

ହଁ ଋତୁ ବଦଳୁଛି ବଦଳୁଥିବ ।

ସମ୍ପର୍କରେ ମନ ଦିଆନିଆ ଥିଲେ

ଦୁଃଖ ପାହାଡ ବି ଲାଗେ ଆଞ୍ଜୁଳାଏ ମାଟି

ଧନ ଦଉଲତ ଆସିଗଲେ

ସମ୍ପର୍କକୁ ତା ସୁଅରେ ବୁହାଇନବ

ହଁ ଋତୁ ବଦଳୁଛି ବଦଳୁଥିବ ।

ଋତୁ ଗୋଟେ ସମୟର ନାମ

ଜୀବନରେ ରଙ୍ଗ ଭରୁଥିବ

ହଁ ଋତୁ ବଦଳୁଛି ବଦଳୁଥିବ ।।।

........... ପଦ୍ମାଳୟା


Rate this content
Log in