Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bibhu Samanta

Others

3  

Bibhu Samanta

Others

ଶ୍ରୀ ରାମ ଓ ମୁଁ

ଶ୍ରୀ ରାମ ଓ ମୁଁ

1 min
239


ଜୟ ଶ୍ରୀ ରାମ


ତୁମେ ତୁଳସୀ ମହାକାବ୍ୟର ମହାନାୟକ,

ମୁଁ ଯନ୍ତ୍ରଣାର ଶିଳା ପରେ ମୁମୂର୍ଷୁ ଗାୟକ ।


ତୁମେ କଳି ସନ୍ତାପିତ ଧରାରେ ଅମୃତ ମହକ,

ମୁଁ ଜର୍ଜରିତ ଆତ୍ମାର ପିଆସି ଚାତକ।


ତୁମେ ଲକ୍ଷ୍ମଣ ଶରମୁନେ ମର୍ଯ୍ୟାଦାର ତିନି ଗାର,

ମୁଁ ଅଶୋକ ବନରେ ସୀତାଅଶ୍ରୁଧାର।


ତୁମ ସବରୀ କୁଡ଼ିଆରେ ବନବାସୀଟିଏ,

ମୁଁ ପଦସ୍ପର୍ଶ ପ୍ରତୀକ୍ଷିତ ଅଭିଶପ୍ତ ଅହଲ୍ୟାଟିଏ ।


ତୁମେ ବୁଢା ନାଉରୀର ଭାବ ନଉକା,

ମୁଁ ମିଛ ଅପବାଦେ ସତୀ ଅଗ୍ନିପରୀକ୍ଷା।


ତୁମେ ଧର୍ମ ସଂସ୍ଥାପନେ କୋଦଣ୍ଡ ଧର,

ମୁଁ ଗୁଣ୍ଡୁଚି ପିଠିରେ ତୁମ ଅଲିଭା ସ୍ଵାକ୍ଷର ।


ତୁମେ ତ୍ରାଣକର୍ତ୍ତା ଏ ଭଵ ସଂସାରେ ମୃତ ସଂଜୀବନି ଧାରା,

ମୁଁ ଅଜ୍ଞାନ ଅରଣ୍ୟେ ମାୟାର ସୁନା ହରିଣୀଟେ ପରା ।


ତୁମ ମୋ ଭିତରେ ଏତିକି ଅନ୍ତର,

ତୁମେ ଆତ୍ମା ପରମାତ୍ମାର ସେତୁବନ୍ଧଟିଏ

ମୁଁ ଦଶାନନର ଦଗ୍ଧୀଭୁତ ଲଙ୍କା ନଗର।।

।।ବିଭୁ।।


Rate this content
Log in