Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Action Romance Tragedy

3  

ବି. ନିରୁପମା

Action Romance Tragedy

ରହିଛୁ ଆପଣା ଲାଭେ

ରହିଛୁ ଆପଣା ଲାଭେ

1 min
4.2K


ଆଉ କିଏ ତୋତେ ଚିହ୍ନୁ ବା ନ ଚିହ୍ନୁ

ଚିହ୍ନିଛି ମୁଁ ଭଲ ଭାବେ ,

ଆନ ଭଲ ମନ୍ଦ ତେଣିକି ରଖି ତୁ

ରହିଛୁ ଆପଣା ଲାଭେ ।(ଘୋଷା)

କାହାର କି ଗଲା,କିଏ କି ପାଇଲା

ତୋହରି ଯାଉଛି କିସ ,

ଷାଠିଏ ପଉଟି ଖାଇଦେଇ ନିତି

ଦେଉଛୁ ମୁରୁକି ହସ ।

ତୋ ସେବା ପୂଜାରେ ହେଉନି ତ ଊଣା

ଯେ ଥିଲେ ବି ଯେଉଁ ଭାବେ ।(୧)

ଆନ ଭଲ ମନ୍ଦ ତେଣିକି ରଖି ତୁ

ରହିଛୁ ଆପଣା ଲାଭେ ।

ମଣିମା ମଣିମା ଗୁହାରି କରିଲେ

ଶୁଣିମା ହେଉନି ଡାକ ,

ଡାକି ଡାକି କେତେ ବିତେଇ ଦିଅନ୍ତି

ତାଙ୍କର ଜୀବନ ଯାକ ।

ଜାଣି ଜାଣି ଯଦି ଗାଲୁଆ ହେବୁ ତୁ

ସାହା ହେବ କିଏ ତେବେ !(୨)

ଆନ ଭଲ ମନ୍ଦ ତେଣିକି ରଖି ତୁ

ରହିଛୁ ଆପଣା ଲାଭେ ।

ଆଉ କିଏ ତୋତେ ଚିହ୍ନୁ ବା ନ ଚିହ୍ନୁ

ଚିହ୍ନିଛି ମୁଁ ଭଲ ଭାବେ ,

ଆନ ଭଲ ମନ୍ଦ ତେଣିକି ରଖି ତୁ

ରହିଛୁ ଆପଣା ଲାଭେ ।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।


Rate this content
Log in

Similar oriya poem from Action