Audio

Forum

Read

Contests

Language


Write

Sign in
Wohoo!,
Dear user,
ଚନ୍ଦ୍ରକାନ୍ତା
ଚନ୍ଦ୍ରକାନ୍ତା
★★★★★

© Dilip Kumar Tripathy

Romance

1 Minutes   6.6K    3


Content Ranking

ନାଲି ରଙ୍ଗର ହାତେ ଲମ୍ବର ଓଢ଼ଣୀ ତାର

ବର୍ଷା ଋତୁର ସାଧବ ବୋହୂ ସିଏ

ତା’ଠି ସଭିଙ୍କ ନଜର ,

ଶୀତ ସକାଳର କାକର ଟୋପାରେ

ତିଆରି ତା’ ମନ

ମୁଠେ ପଖାଳ,ଖଣ୍ଡେ ଶାଢି,ଦି ପଟ ଚୁଡି ରେ

ଗଦ୍ ଗଦ୍ ତା ପ୍ରାଣ ।

 

ଗୋବର ପାଣି ରେ ଅପବିତ୍ର କୁ ପବିତ୍ର

କରିବାର କୌଶଳ ହଉ ଅବା

ଯମଠୁ ବି ଜୀବନ ମାଗିବାର ଚାତୁରିତା

ସବୁ ତାକୁ ଜଣା ,

ମୁଣ୍ଡ ଓଢ଼ଣା ଅଣ୍ଟା ରେ ଖୁସି ଦେଇ

ସଂସାର ବୋଝ ବୋହିନବା ର କାଇଦାରେ

ସେ ସିଦ୍ଧହସ୍ତା ।

 

ସେ,

ହସିଦେଲେ କଡ ଲେଉଟାଏ ରାତି,

ଚାହିଁଲେ ସକାଳ ଆଖି ମଳି ମଳି ଉଠେ

ଚାଲିଲେ ନଦୀ ଗାଏ ବସନ୍ତର ଗୀତ ;

ଢେଉ ଖେଳେ ସାଗରରେ

ଚାଲୁ ଚାଲୁ ରହିଗଲେ ମାଡି ଆସେ

ଅଣଞ୍ଚାଶ ପବନ

କାନ୍ଦିଲେ ଚନ୍ଦ୍ରିତା ହୁଏ ଆକାଶ,

ମନ ମାରିଲେ ଅଲଣା ଲାଗେ କଞ୍ଚା

ଜୀବନର ଘାଣ୍ଟ ତିଅଣ ।

 

ଲତା ଟିଏ କେତେବେଳେ ବନିତା ସାଜେ

ତ କେତେବେଳେ ପ୍ରବଞ୍ଚିତା

ହେଲେ , ମେହେନ୍ଦି ମଖା ହାତରେ

କରିଥିବା ପ୍ରତିଜ୍ଞା ପାଇଁ

ଦିନ ତମାମ୍ ଧାଇଁ ଧାଇଁ ଧନ୍ଧି ହୁଏ ;

ସଜାଡୁ ଥାଏ ଯେତେ ସବୁ ଅଡୁଆ ସୁତା,

ସଂଧ୍ୟା ଧୂପରେ ବାସ୍ନାୟିତ କରେ

ଘର-ଅଗଣା,ଦିଅଁ-ଦେବତା

ଆଉ ଯୁବତୀ ରାତିର ଅଣ୍ଟାରେ

ବାନ୍ଧିଦିଏ ଚନ୍ଦ୍ରିମାର ଫିତା ।

 

ସଂସାର ଜଞ୍ଜାଳ ବିଷ ପିଏ ପଛେ

ସରେନି ବାଣୀରୁ ଅମୃତର ଝର ,

ସେଇଥି ପାଇଁ ତ ସେ ସୁଧାଶାଳୀ

ପୁଣି ନୀଳକଣ୍ଠୀ

ଆଉ କାହା ପାଇଁ ନୀଳକନ୍ୟା

କାହା ପାଇଁ ବୀରାଙ୍ଗନା ,କାହା ପାଇଁ ସତୀ

କାହାର ମାତା ତ କାହାର ବନିତା

କିନ୍ତୁ,ମୁଁ କହେ ‘ଚନ୍ଦ୍ରକାନ୍ତା’ ।

ଚନ୍ଦ୍ରକାନ୍ତା ରାତି ଆକାଶ

Rate the content


Originality
Flow
Language
Cover design

Comments

Post


Some text some message..