Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoj Maharana

Others

3  

Manoj Maharana

Others

ଜୟ ମାଆ ବାଙ୍କେଶ୍ବର

ଜୟ ମାଆ ବାଙ୍କେଶ୍ବର

1 min
469


ଡୁମ୍ଵୁଳା ଗ୍ରାମରେ ବସି

ସଂସାର ପାଳୁଛି ମାଆ,

      

ବିପଦରେ ଆପଦରେ

ପାଖେ ଠିଆ ହୁଏ ମାଆ..

      

ତା' ନାଆଁ ତୁଣ୍ଡେ ଧରିଦେଲେ

       ଦୁଃଖ ଯାଏ ସରି..

ଜୟ ମାଆ ବାଙ୍କେଶ୍ବରୀ....

ମାେ ମାଆ... ବାଙ୍କେଶ୍ବରୀ....।1।


ପ୍ରତି ବର୍ଷ ଚଇତରେ ତିନି ଦିନ ଧରି..

ତୋ' ଯାତରା ହୁଏ ବୋଲି ଚତୁର୍ଦ୍ଦିଗେ ହୁରି...,


ଲକ୍ଷ ଲକ୍ଷ ଭକ୍ତ ଗଣ କାହିଁ କେତେ ଦୂରରୁ...

ଆସନ୍ତି ତୋ' ଦରଶନ ପାଇଁ ତୋ କୃପାରୁ ।


ଯାତରାରେ ଦେଖିଦେଲେ ମାଆ ତତେ ଖାଲି ଥରେ

ପୁନର୍ଜନ୍ମ ପାଏ ନାହିଁ ଭକ୍ତ ଏ ଧରାରେ....


ତୋ' ଆଶୀର୍ବାଦ ପାଇଗଲେ

        ସୁଖ ଆସେ ଭରି...

ଜୟ ମାଆ ବାଙ୍କେଶ୍ବରୀ....

ମାେ ମାଆ... ବାଙ୍କେଶ୍ବରୀ....।2।       


କେତେ ମାନସିକ ଧାରି ଯାନ୍ତି ମୁଣ୍ଡନ କରି

ମାଆ ଲୋ ତୁ ମାନସିକ ପୂର୍ଣ୍ଣ କରୁ ବୋଲି...


ଭକତଙ୍କ ଦୁଃଖ କଷ୍ଟ ନଷ୍ଟ କରୁ କ୍ଷଣିକରେ

ମାଆ ମାଆ ବୋଲି ତତେ ଡାକିଦେଲେ ଭକତିରେ...


ଦୁଃଖୀ ଦୁଃଖ ହାରୁ ପାପୀ ପାପ ନାସୁ ବୋଲି..

ବାର ମାସ ଯାକ ମା' ତୋ' ମନ୍ଦିର ଗହଳି ।


ତୋ' ଦରଶନ ପାଇଗଲେ

      ପାପ ଯାଏ ମରି...

ଜୟ ମାଆ ବାଙ୍କେଶ୍ବରୀ....

ମାେ ମାଆ.... ବାଙ୍କେଶ୍ବରୀ.....।3।       


Rate this content
Log in