ମମତାର ମୂଲ
ମମତାର ମୂଲ
ମାଆ ତୁ କେତେ ମମତା ମୟୀ
କେତେ କରୁଣା ମୟୀ
ତୋହରି ଦାନ ଅତୁଳନୀୟ
ଭାଷାରେ ନୂହେଁ କହି l
ବାପ ଛେଉଣ୍ଡ ମୁଁ ଥିଲି ବୋଲି
ମମତା ଦେଲୁ ଢ଼ାଳି
ସବୁ ଦୁଃଖକୁ ଛାତିରେ ଧରି
କରିଲୁ ଗଳାମାଳି l
ବାଳୁତ ବେଳେ ସାଥୀଙ୍କ ମେଳେ
ଫୁଟିଲା ଯେବେ ମୋ ଆଖି
ନିଜ ଆଖିକୁ ସମର୍ପି ଥିଲୁ
ଠାକୁରେ ରଖି ସାକ୍ଷୀ l
କଷ୍ଟ କୁ ସହି ଦୁଃଖ ମୁଣ୍ଡେଇ
ସଞ୍ଚି ଥିଲୁ ଯୋ ଧନ
ବିନିମୟରେ ନିଜ ନୟନ
କରିଲୁ ସମର୍ପଣ l
ନେତ୍ର ବିହୀନ ଚକ୍ଷୁ କୋରଡ଼ୁ
ଝରାଉ ଥିଲୁ ଲୁହ
ଅଜ୍ଞତା ପଣେ ବୁଝି ନଥିଲି
ମମତା ଲୁହ କୋହ l
ଧିକ୍କାରି କେତେ ଦେଇଚି ଗାଳି
ଆନ୍ଧିନି ବୋଲି କହି
ଦୁରେଇ ଦେଲି ନିଜ ପାଖରୁ
ସ୍ୱାର୍ଥ ପରତା ବହି l
ହେଲେବି ତୋରା ମନ ମଧ୍ୟରେ
ନଥିଲା ତିଳେ ଦୁଃଖ
ଠାକୁରେ ନିତି ପ୍ରଣତି ଢାଳୁ
ମନାସି ମୋର ସୁଖ
ପରିବାରର ମୋହରେ ପଡି
ହୋଇଥିଲି ମୁଁ ଅନ୍ଧ
ଏବେ ବୁଝିଲି ମମତା ମୂଲ
ଖୋଲି ପୁଟୁଳି ଅନ୍ଧ l
ମୋ ଆଖିରେ ତୁ ଦେଖିବୁ ବୋଲି
ଦୁନିଆ ପ୍ରତି ଚ୍ଛବି
ଜନମ ନେଲି ଗରଭେ ତୋର
ତୋ ରୁଣ ସୁଝୁଥିବି
କୁମୁଦ ଚନ୍ଦ୍ର ଦଲେଇ 8763260334
ପୋଲସରା, ଗଞ୍ଜାମ