Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Barik Debunu

Others Abstract

3  

Debabrata Barik Debunu

Others Abstract

ସ୍ମୃତି ଆଜି ନଥାଏ

ସ୍ମୃତି ଆଜି ନଥାଏ

1 min
215



ଆଖିଏ ସପନ ଉଇ ଖାଉଥିଲା

ଶୂନ୍ୟସ୍ଥାନ ଥିଲା ଛାତିଏ

ଅନେକ ରାତିର ପ୍ରତିଶ୍ରୁତି ଦେଇ

ସାଥିବି ହେଲନି ରାତିଏ

ପାପୁଲିଏ ପ୍ରେମ ବସା ବାନ୍ଧିଥିଲା

ସୁଖ ଶବ୍ଦ ଥିଲା ଧାଡିଏ

ଶାମୁକେ ଶୂନ୍ୟତା ପୁରି ପାରିଲାନି

ଲୁହ ଜମି ଗଲା ଗାଡିଏ

ବାଟେଘାଟେ କିଏ ଦେଖା ହେବା ଲୋକ

ସ୍ମୃତି ଦେଇଯାଏ କଥାଏ

ମନଦୁଃଖ କଥା ବୁଝୁଥିବା ଲୋକ

କାନ୍ଦିଲା ବେଳକୁ ନଥାଏ...


Rate this content
Log in